Latest Odisha News

ବାଘ ଛାଲ ଜବତ, ୫ ଶିକାରୀ ଗିରଫ

ଖଡିଆଳ: ପୁଣି ଖଡ଼ିଆଳ ବନବିଭାଗକୁ ସଫଳତା । ୫ ଜଣ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ, ନଖ, ସମ୍ବର ଶିଙ୍ଗ, ହାଇନା ଦାନ୍ତ, କିଛି ପକ୍ଷୀଙ୍କ ପର ସହ ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଧନୁତୀରକୁ ଜବତ୍ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏନେଇ ଖଡ଼ିଆଳ ଡିଏଫଓ ଅଜିଜ୍ ଖାନ୍ ଆଜି ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ୧୫ ତାରିଖ ଦିନ ଏକ ବିଶେଷ ସୂତ୍ରରୁ ଖବର ପାଇ ଡିଏଫଓଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ଖଡ଼ିଆଳ ନିକଟସ୍ଥ ଦାବିରେ ଗାଁରେ ୧୬ ତାରିଖ ସକାଳେ ଚଢାଉ କରିଥିଲେ । ଏହି ଚଢାଉରେ ତିନୋଟି ଘର ଉପରେ ଚଢାଉ କରି ବାଘ ଛାଲ, ନଖ, ସମ୍ବର ଶିଙ୍ଘ, ହାଇନା ଦାନ୍ତ ସହ ଦେଶୀ ବନ୍ଧୁକ, ଧନୁ ତୀରକୁ ଜବତ କରି ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରିଥିଲେ ।

ତଦନ୍ତରେ ଅଭିଯୁକ୍ତ ମାନେ ଦୋଷ ସ୍ବୀକାର କରିଥିବା ବେଳେ ଗତ ଦୁଇ ବର୍ଷ ତଳେ ଏହି କାଣ୍ଡ ଘଟାଇଥିବା ସିନ କ୍ରିଏସନ୍ ରେ ଜଣାଇଛନ୍ତି । ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବାବେଳେ ଆଜି ପାଞ୍ଚ ଜଣ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ସମସ୍ତେ ଦାବ୍ରୀ ଗାଁର ବୋଲି ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରାଯିବ ତାର ତଦନ୍ତ ଚାଲିଛି ବୋଲି ଖଡ଼ିଆଳ ଡିଏଫଓ ଅଜିଜ ଖାନ କହିଛନ୍ତି ।

Leave A Reply

Your email address will not be published.