Latest Odisha News

ଡିଲ୍ ଚାଲିଥିବାବେଳେ କାବୁ କଲା ଏସଟିଏଫ୍, ୨ ବାଘ ଛାଲ ସହ ଜଣେ ଗିରଫ

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ବେଆଇନ ବାଘ ଛାଲ କାରବାର । ଅନେକ ସମୟରେ ବନ ବିଭାଗ ହାବୁଡରେ ପଡି ଗିରଫ ହଉଛନ୍ତି ଅଭିଯୁକ୍ତ ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଆଜି ପୁଣି ବାଘ ଛାଲ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସଟିଏଫ୍ ।

ଖବର ମୁତାବକ, କୁଚିଣ୍ଡା-ବଣେଇଗଡ଼ ରାସ୍ତା ନିକଟରେ ଖୁଲମଖୁଲା ଚାଲିଥିଲା ବାଘ ଛାଲ ଡିଲ୍ । ବିଶେଷସୂତ୍ରରୁ ଖବରପାଇ ଏସଟିଏଫ୍ ଚଢାଉ କରିଥିଲା । ଚଢାଉ ବେଳେ ଦୁଇଟି ବାଘ ଛାଲ ଜବତ ହୋଇଥିବାବେଳେ, ଘଟଣାରେ ଜଣଙ୍କୁ ଗିରଫ କରିଛି ଟିମ୍ ।

ଗିରଫ ଅଭିଯୁକ୍ତ ଜଣକ ସଙ୍କୀର୍ତ୍ତନ ମୁଣ୍ଡା । ତାଙ୍କ ଘର ଦେବଗଡ଼ ଅଞ୍ଚଳରେ ବୋଲି ଜଣାପଡିଛି । ଯାଞ୍ଚ ପାଇଁ ବାଘଛାଲକୁ ଡେରାଡୁନ WIIକୁ ପଠାଯିବ ବୋଲି ସୂଚନା ମିଳିଛି । ତେବେ ଏହି ବାଘ ଛାଲ ଡିଲ୍‌ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ ।

Comments are closed.