Latest Odisha News

BREAKING NEWS

ବାଘ ଚମଡ଼ା ଜବତ, ବେପାରୀ ଫେରାର

ନବରଙ୍ଗପୁର: ବାଘ ଚମଡ଼ା ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ଟିମ୍ । ନବରଙ୍ଗପୁର ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ରାଇଘର ଅଞ୍ଚଳରୁ ଗୋଟିଏ ବାଘ ଚମଡ଼ା ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ରାଇଘର ବନାଞ୍ଚଳ ଅଧିକାରୀ ସୁକୁମାର ଦୁଃଖୁଙ୍କ ନେତୃତ୍ୱରେ ଏହି ରେଡ୍ ହୋଇଥିଲା । ମାସେ ଧରି ବାଘ ଚମଡା ଦଲାଲଙ୍କ ଗତିବିଧି ଉପରେ ନଜର ରହିଥିଲା ।

ରାଇଘର ବନାଞ୍ଚଳ ଅଧିନ ବୀରପୁର ଜଙ୍ଗଲରେ ବାଘ ଚମଡ଼ା ଡିଲ୍ ଚାଲିଥିଲା । ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା । ପୂର୍ବ ଯୋଜନା ଅନୁସାରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଅତର୍କିତ ଚଢ଼ାଉ କରିଥିଲେ । ଏତିକିବେଳେ ବେପାରୀ ସେଠାରୁ ଚମ୍ପଟା ମାରିଥିଲେ । ରାତି ସହ ଭୀଷଣ ବର୍ଷା ହେଉଥିବାରୁ ଏହାର ସୁଯୋଗ ନେଇ ଖସିଗଲେ ଦୁର୍ବୃତ୍ତ ।

Leave A Reply

Your email address will not be published.