Latest Odisha News

BREAKING NEWS

ବୌଦ୍ଧରୁ ବାଘ ଛାଲ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ରେ ପୁଣି ବାଘ ଛାଲ ଜବତ । ଡିଲ୍ ଚାଲିଥିବାବେଳେ ମାଡି ବସିଲା ପୋଲିସ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗୌତମ ବେହେରା (୫୫) । ତାଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁରୁଦୁକୁମ୍ପାର ନୂଆସାହିରେ ବୋଲି ଜଣାପଡିଛି ।

ଖବର ମୁତାବକ, ବିଶେଷ ସୂତ୍ରରୁ ଖବରପାଇ, ଜିଲ୍ଲାର ପୁରୁଣା କଟକ ଥାନା ରାଣୀପଥ ଗାଁ ନିକଟରେ ଏସ୍‌ଟିଏଫ୍ ଟିମ୍ ଆଜି ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରିଛି ।

ଜବତ ବାଘ ଛାଲଟିକୁ ବାୟୋଲୋଜିକାଲ ଟେଷ୍ଟ ପାଇଁ ଡେରାଡୁନ ସ୍ଥିତ ୱାଇଲ୍‌ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ କୁହାଯାଇଛି ।

Leave A Reply

Your email address will not be published.