କଟକ: ନରସିଂହପୁରରେ ବୁଲୁଛି ବାଘ । ଭୟରେ ଅଞ୍ଚଳବାସୀ । ସାମ୍ନାକୁ ଆସିଲା ରାସ୍ତାରେ ବାଘ ବୁଲୁଥିବାର ଭିଡିଓ । ଜୟପୁର ପ୍ରଗଳା ମୁ୍ଖ୍ୟ ରାସ୍ତାରେ ବାଘ ବୁଲୁଥିବା ଭିଡିଓ ଭାଇରାଲ୍ । ଖବର ପାଇ ବନବିଭାଗ ତରଫରୁ ବାଘର ଗତିବିଧି ଉପରେ ନଜର ରଖାଯାଉଛି ।
କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ନିକଟ ସୁଳିଆବାଙ୍କ ନିକଟରେ କଲରାପତରିଆ ବାଘ ଦେବାକୁ ମିଳିଛି । ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି । ଖବର ପାଇ ଘଟଣା ସ୍ଥଳରେ ନରସିଂହପୁର ପଶୁ ବନବିଭାଗ କର୍ମଚାରୀ ପହଞ୍ଚି କଲରା ପତରିଆ ବାଘର ଗତି ବିଧି ଉପରେ ନଜର ରଖଛନ୍ତି। ଆଠଗଡ଼ ବନଖଣ୍ଡରେ ୩ ରୁ ୪ଟି କଲରାପତରିଆ ବାଘ ଥିବାବେଳେ ସେଥିରୁ ଗୋଟେ ବାଘ ରାସ୍ତାରେ ବୁଲୁଥିବା ନେଇ କୁ୍ହାଯାଉଛି । ସେପଟେ, ବାଘର ଗତିବିଧି ଉପରେ ନଜର ରଖାଯାଉଥିବା କହିଛି ବନବିଭାଗ। ତେବେ ଏହା ପୂର୍ବରୁ ବିଭିନ୍ନ ସମୟରେ ବାଘର ପାଦ ଚିହ୍ନ ଲୋକେ ମଧ୍ୟ ଦେଖିଥିବା କହିଛନ୍ତି ।
Comments are closed.