Latest Odisha News

BREAKING NEWS

ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ଼ ଖବର: ବନ୍ଦ ରହିବ ଅନଲାଇନ ଟ୍ରାଞ୍ଜାକ୍ସନ

ନୂଆଦିଲ୍ଲୀ: ଆଜିର ଦିନରେ କୋଟି କୋଟି ଲୋକ ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (UPI) ବ୍ୟବହାର କରୁଛନ୍ତି। ଭାରତରେ ଡିଜିଟାଲ ପେମେଣ୍ଟ ବୃଦ୍ଧି ପାଉଛି ଏବଂ ଏଥିପାଇଁ ୟୁପିଆଇ ବହୁଳ ଭାବରେ ବ୍ୟବହୃତ ହେଉଛି। କିନ୍ତୁ ଦେଶର ସବୁଠାରୁ ବଡ଼ ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଗୋଟିଏ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। କୋଟି କୋଟି ଗ୍ରାହକ ତିନି ଘଣ୍ଟା ପାଇଁ ୟୁପିଆଇ ବ୍ୟବହାର କରିପାରିବେ ନାହିଁ। ଏହାର ଅର୍ଥ ହେଉଛି ଆପଣ ୟୁପିଆଇ ମାଧ୍ୟମରେ କାହାକୁ ଟଙ୍କା ପଠାଇ ପାରିବେ ନାହିଁ। ଏହା କେଉଁ ବ୍ୟାଙ୍କ ଏବଂ କେତେ ଦିନ ପାଇଁ ଉକ୍ତ ସେବା ବନ୍ଦ ରହିବ ଆସନ୍ତୁ ଜାଣିବା।

ଦେଶର ଏକ ବଡ ଘରୋଇ ବ୍ୟାଙ୍କ ଏହି ସପ୍ତାହରେ କିଛି ଘଣ୍ଟା ପାଇଁ ନିଜର ୟୁପିଆଇ ସେବା ବନ୍ଦ ରଖିବ ବୋଲି ଘୋଷଣା କରିଛି। ଯାହାଫଳରେ ଚିନ୍ତାରେ ଏବେ ୟୁପିଆଇ ବ୍ୟବହାରକାରୀ। ଏହି ସମୟରେ, ଉପଭୋକ୍ତାମାନେ ୟୁପିଆଇ ମାଧ୍ୟମରେ କୌଣସି ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ। ଏହା ବ୍ୟତୀତ ଏହା Merchant UPI ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ପ୍ରଭାବ ପକାଇବ। ଏହା କେବଳ କିଛି ଘଣ୍ଟା ପାଇଁ ବନ୍ଦ ରହିବ। ଫେବୃଆରୀ ୮ରେ ୟୁପିଆଇ ସେବା ୩ ଘଣ୍ଟା ବନ୍ଦ ରହିବ ବୋଲି HDFC ବ୍ୟାଙ୍କ ନିଜ ୱେବସାଇଟରେ ସୂଚନା ଦେଇଛି।

ଫେବୃଆରୀ ୮ ତାରିଖ ରାତି ୧୨ଟା ରୁ ୩ଟା ପର୍ଯ୍ୟନ୍ତ, ଏଚଡିଏଫସି ବ୍ୟାଙ୍କର କରେଣ୍ଟ ଏବଂ ସେଭିଙ୍ଗସ ଆକାଉଣ୍ଟ, ରୁପେ କ୍ରେଡିଟ କାର୍ଡ, HDFC ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ ଏବଂ UPI ପାଇଁ HDFC ବ୍ୟାଙ୍କ ଦ୍ୱାରା ସପୋର୍ଟେଡ ଥାର୍ଡ଼ ପାର୍ଟି ଆପ୍ ଉପରେ UPI ଟ୍ରାଞ୍ଜାକ୍ସନ ବନ୍ଦ ରହିବ। ଏହା ବ୍ୟତୀତ, HDFC ବ୍ୟାଙ୍କ ମାଧ୍ୟମରେ Merchant UPI ଟ୍ରାଞ୍ଜାକ୍ସନ ସମ୍ଭବ ମଧ୍ୟ ବନ୍ଦ ରହିବ। ଏନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କିଙ୍ଗ ଏକ୍ସପେରିଏନ୍ସକୁ ଉତ୍ତମ କରିବା ଲାଗି ସିଷ୍ଟମ ମେଣ୍ଟେନାନ୍ସ କରାଯାଉଛି।

Comments are closed.