Latest Odisha News

BREAKING NEWS

ଆନନ୍ଦପୁର ପଞ୍ଚୁପଲ୍ଲିରେ ବାଘ ବୁଲିବା ଭିଡିଓ ଭାଇରାଲ ଘଟଣା: ବାଘକୁ ନେଇ ଭୟଭୀତ ନହେବାକୁ କହିଲେ ପିସିସିଏଫ୍

ଆନନ୍ଦପୁର: ନୂଆପଡା ବାଘ ଆତଙ୍କ ପରେ ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପାଲି ଗାଁ ନିକଟରେ ବାଘ ବୁଲୁଥିବାର ଖବର ସାମ୍ନାକୁ ଆସିଛି । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି । ଘଟଣାକୁ ନେଇ ବନ ବିଭାଗ ତଦନ୍ତ କରିଛି  । ଏବଂ ବାଘଟି କଲରାପତରିଆ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି । ଚାଷ ଜମିରେ ବାଘ ପଞ୍ଝା ଦେଖିବାକୁ ପାଇଛି ବନ ବିଭାଗ  ।

ସେପଟେ ବାଘକୁ ନେଇ ଭୟଭୀତ ନହେବାକୁ କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଗାଁରେ ବୁଲୁଥିବା ବାଘଟି ଏକ କଲରାପତରିଆ ବାଘ  । ସେ ହଦଗଡରୁ ଚାଲିଆସିଛି । ଯେହେତୁ ଗାଁ ପାଖରେ ଅଭୟାରଣ୍ୟ ରହିଛି , ତେଣୁ ବାଘ ଚାଲିଆସିବା ସାଧାରଣ କଥା  । ତେଣୁ ଆମ କର୍ମଚାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି , ବାଘର ଗତିବିଧି ଉପରେ ପୁରା ନଜର ରଖିଛନ୍ତି । ବାଘକୁ ନେଇ ଭୟଭୀତ ହୁଅନ୍ତୁନି ସନ୍ଧ୍ୟା ହେଲେ ସେ ପଳାଇବ  । ତାକୁ ଦେଖିବାକୁ କିମ୍ବା ଘଉଡାଇବାକୁ ଲୋକମାନେ ଏକାଠି ହୁଅନ୍ତୁନି ।

Leave A Reply

Your email address will not be published.