Latest Odisha News

BREAKING NEWS

ଭାରତକୁ ଫାଇନାଲରେ ପଂହଚାଇଛି କୋହଲି-ରୋହିତଙ୍କ ବନ୍ଧୁତା

ଅହମ୍ମଦାବାଦ: ଦୀର୍ଘ ଦିନ ପରେ ଭାରତ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ପଂହଚିଛି । ରବିବାର ଟିମଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପରେ ଭାରତର ପ୍ରଦର୍ଶନ ନେଇ ଅନେକ ଥିଓରୀ ପ୍ରକାଶ ପାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ବନ୍ଧୁତା ଏବଂ ପ୍ରଦର୍ଶନ । ଶ୍ରେଷ୍ଠ ହେବା ଲଢ଼େଇରେ ସର୍ବଦା ଦୁଇ ମହାନ ଖେଳାଳିଙ୍କ ମଧ୍ୟରେ ମତଭେଦ ରହିଥାଏ । କିଛି ଦିନ ତଳେ ହିଟମ୍ୟାନ ରୋହିତ ଓ କିଙ୍ଗ କୋହଲିଙ୍କୁ ନେଇ ଏହି ଗୁଜବ ମଧ୍ୟ ସୃଷ୍ଟି ହୋଇଥିଲା । କୋହଲି ଅଧିନାୟକ ପଦରୁ ହଟିବା ପରେ ଏହି ଆଲୋଚନା ଜୋର ଧରିଥିଲା । ଧିରେ ଧିରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା ।

ରୋହିତଙ୍କ ନେତୃତ୍ୱକୁ କୋହଲି ସମର୍ଥନ କରଥିଲେ । ଅପରପକ୍ଷରେ ଖରାପ ଫର୍ମରେ ଥିବା କୋହଲିଙ୍କୁ ହିଟମ୍ୟାନ ଭରପୂର ସପୋର୍ଟ ଦେଇଥିଲେ । କୋହଲିଙ୍କ ସମ୍ପର୍କରେ ରୋହିତଙ୍କ ବୟାନ ଏବେ ବି ପ୍ରଶଂସକ ମନରୁ ଯାଇନି । ତାଙ୍କୁ ଯେତେବେଳେ କୋହଲିଙ୍କ ଟେକନିକ ଏବଂ ଫର୍ମ ସମ୍ପର୍କରେ ନକାରାତ୍ମକ ଶୈଳୀରେ ପ୍ରଶ୍ନ କରାଯାଇଥିଲା । ସେ ତାଙ୍କୁ ସମର୍ଥନ କରି କହିଥିଲେ କ୍ୟା ବାତ କର ରହେ ହୋ ୟାର…ଏବଂ ସେ ହସିବାରେ ଲାଗିଥିଲେ । ଆଜି ଏହି ଦୁଇ ବନ୍ଧୁଙ୍କ ପ୍ରଦର୍ଶନ ସମସ୍ତ କ୍ରିକେଟପ୍ରେମୀଙ୍କୁ ଗୌରବାନ୍ୱିତ କରିଛି ।

ଚଳିତ ବିଶ୍ୱକପରେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ଭାରତକୁ ଫାଇନାଲରେ ପଂହଚାଇଛନ୍ତି । ଏତେ ବାଟ ଦଳକୁ ଆଣିବା ପରେ ବିଶ୍ୱକପ ଜିତି ସେମାନେ ସେମାନଙ୍କ ବନ୍ଧୁତାଙ୍କୁ ସ୍ମରଣୀୟ କରିବାକୁ ଚାହିଁବେ । ୨୦୦୭ ଟି୨୦ ବିଶ୍ୱକପ ଅବସରେ ରୋହିତଙ୍କ ନାମ ବେଶ ଚର୍ଚ୍ଚାରେ ରହିଥିଲା । ବିରାଟ ବୁଝି ପାରି ନ ଥିଲେ ରୋହିତଙ୍କୁ ନେଇ ଏତେ ଆଲୋଚନା କଣ ପାଇଁ ? ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ରୋହିତଙ୍କ ପ୍ରଦର୍ଶନ ତାଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ସେ ଏକ ସାକ୍ଷାତକାରରେ କହିଥିଲେ ସେବେଠାରୁ ମୋ ମୁହଁ ବନ୍ଦ ହୋଇଯାଇଛି ।ଅବଶ୍ୟ ରୋହିତ ପରେ ଫର୍ମ ବଜାୟ ରଖିପାରି ନ ଥିଲେ । ୨୦୧୧ ବିଶ୍ୱକପରେ ସେ ଦଳରେ ସ୍ଥାନ ପାଇ ନ ଥିଲେ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ବିଶ୍ୱବିଜୟୀ ହୋଇଥିଲା ଏବଂ କୋହଲି ଏହାର ଅଂଶବିଶେଷ ଥିଲେ । ରୋହିତ ହାର ନ ମାନି କ୍ରମାଗତ ଭଲ ପ୍ରଦର୍ଶନ ସହ ଦଳକୁ ଫେରିଥିଲେ । ଆଉ ସେବେଠାରୁ ଏହି ଯୋଡି ବିଶ୍ୱ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି ।

Leave A Reply

Your email address will not be published.