ଢେଙ୍କାନାଳ: ଗତ କିଛିଦିନ ଧରି କାମାକ୍ଷାନଗର ଅଞ୍ଚଳରେ ବାଘ ମାତିଛି । ଆଜି କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟେ ଷଣ୍ଢକୁ ଘୋଷାଡ଼ି ମାରି ଦେଇଛି ।
ସୂଚନାଥାଉକି, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇ ଦିନ ଧରି ଗାଈକୁ ଘୋଷାଡ଼ି ଆକ୍ରମଣ କରିଥିଲା ।
ପୂର୍ବରୁ ବାଘକୁ କାମାକ୍ଷାନଗର ସହର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଦେଖିବାକୁ ମିଳିଥିଲା । କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା ନିକଟରେ ବାଘକୁ ଦେଖିଥିଲେ ଲୋକ। ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ବାଘର ପାଦ ଚିହ୍ନ ମାପିଥିଲେ ।
ଏପଟେ ବାଘର ଗତିବିଧି ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଛନ୍ତି। ତୁରନ୍ତ ତାହାକୁ ଘଉଡ଼ାଇବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।
Comments are closed.