Latest Odisha News

BREAKING NEWS

ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ । ଜଣଙ୍କ ଗୁହାଳରେ ପଶି ଗୋଟିଏ ଗାଈକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଭୟବୀତ ଅବସ୍ଥାରେ ରହିଛନ୍ତି ଲୋକେ ।

ସୂଚନା ଅନୁସାରେ, ରବିବାର ସକାଳୁ ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ଅଗିନ ମାଝୀ ତାଙ୍କ ଗାଈକୁ ଗୁହାଳରୁ ବାହାର କରି ଜଙ୍ଗଲକୁ ଚରାଇବାକୁ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡକୁ ଏକ ବାଘ ହଠାତ୍ ଚାଲି ଆସି ଗାଈକୁ ଆକ୍ରମଣ କରିଥିଲା । ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲେ । ଏହାକୁ ଦେଖି ଗାଁଲୋକେ ଚିକ୍ରାର କରି ଉଠିଥିଲେ । ଠେଙ୍ଗାବାଡ଼ି ଧରି ଦୌଡ଼ାଇବାରୁ ବାଘ ଜଙ୍ଗଲ ଭିତରକୁ ପଳାଇଥିଲା ।

ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବନ ବିଭାଗ କର୍ମଚାରୀ ବାଘର ପାଦ ଚିହ୍ନ ଠାବ କରିଛନ୍ତି । ବାଘ ଆସିଥିବା ଦେଖି ଗାଁଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Comments are closed, but trackbacks and pingbacks are open.