Latest Odisha News

BREAKING NEWS

ପୁଣି ନୂଆପଡାରେ ବାଘ ଆତଙ୍କ, ଜଣେ ମହିଳା ମୃତ

ନୂଆପଡା: ପୁଣି ନୂଆପଡାରେ ବାଘ ଆତଙ୍କ । ଗତ ତିନି ଦିନ ପୂର୍ବେ ଜଣେ ନାବାଳକର ଶିକାର କରିଥିବା ବେଳେ, ଆଜି (ଶନିବାର) ପୁଣି ଜଣେ ମହିଳାଙ୍କୁ ଝାମ୍ପି ନେଇ ମାରିଥିବା ଖବର ଆସିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିରିଆରୀବାହାରା ଗ୍ରାମରେ ।

ଖବରମୁତାବକ, ଗତକାଲି ମହିଳା ଜଣଙ୍କ ସିରିଆରୀବାହାରା ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିବା ନେଇ କହିଛନ୍ତି । ତେବେ ମହିଳା ଜଣଙ୍କ ଜିଲ୍ଲା ସିରିଆରୀବାହାରା ଗ୍ରାମର ରାମେଶ୍ୱର ମାଝୀ ବୋଲି ଜଣା ପଡ଼ିଛି ।

ବାଘ ଭୟରେ ଘଟଣା ସ୍ଥଳରେ ବର୍ତ୍ତମାନ କିଏ ପହଞ୍ଚିନଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏନେଇ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଛି । ପୂର୍ବରୁ ଜଣେ ୭ ବର୍ଷର ଶିଶୁକୁ ଓ ପରେ ଏକ ଗାଇକୁ କଲରାପତରିଆ ବାଘ ମାରି ଖାଇଥିବା ଖବର ସାମ୍ନାକୁ ଆସିଥିଲା ।

Comments are closed.