Latest Odisha News

BREAKING NEWS

ପାକିସ୍ତାନର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ, ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନରେ ବଡ଼ ଆତଙ୍କୀ ହମଲା । ଏୟାରବେସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ। ମିଆଁୱାଲିର ସମଗ୍ର ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି । ୩ ଏୟାରକ୍ରାଫ୍ଟ ନଷ୍ଟ। ଇନ୍ଧନ ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ।

ସୂଚନା ଅନୁସାରେ, ସକାଳ ସମୟରେ ୫ରୁ ୬ ଜଣ ସଶସ୍ତ୍ର ଆତଙ୍କବାଦୀ ଏୟାରବେସରେ ଅନୁପ୍ରବେଶ କରି ଆଖିବୁଜା ଗୁଳିମାଡ କରିଥିଲେ । ଏହାର ପାଲଟା ଉତ୍ତରରେ ପାକିସ୍ତାନ ମଧ୍ୟ ଗୁଳିଚାଳନା କରିଥିଲା । ପାଲଟା ଗୁଳି ଚାଳନାରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତ୍ମଘାତୀ ବିସ୍ଫୋରଣକାରୀମାନେ ଏୟାରବେସର କାନ୍ଥରେ ଥିବା ବାଡକୁ କାଟି ଭିତରକୁ ପ୍ରବେଶ କରିଥିଲେ ଓ ଏୟାରବେସରେ ଥିବା ଯୁଦ୍ଧ ବିମାନକୁ ଟାର୍ଗେଟ କରିଥିଲେ । ଆକ୍ରମଣ ପରେ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରିଦିଆଯାଇଛି ।

ବର୍ତ୍ତମାନ ହେଲିକପ୍ଟର ମାଧ୍ୟମରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି । ଆତଙ୍କବାଦୀ ଆକ୍ରମଣରେ ୩ଟି ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପାକିସ୍ତାନର ଅନେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ପାକିସ୍ତାନର ଆତଙ୍କବାଦୀ ସଂଗଠନ ତେହରିକ-ଏ-ଜିହାଦ ପାକିସ୍ତାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 

Leave A Reply

Your email address will not be published.