Latest Odisha News

BREAKING NEWS

ଏଥର ପରସ୍ପରର ସପକ୍ଷରେ ନୁହେଁ ବିପକ୍ଷରେ ନଜର ଆସିବେ ଶାହରୁଖ ଓ ସଲମାନ ଖାନ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଭରି ହୋଇ ରହିଛି । ଶେଷ ଥର ସଲମାନ ଖାନଙ୍କୁ ଶାହାରୁଖଙ୍କ ଚଳଚ୍ଚିତ୍ର ପଠାନରେ ଦେଖିବାକୁ ମିଳିଥିଲା । ସେବେଠାରୁ ପ୍ରଶଂସକମାନେ ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କ ପ୍ରଶଂସକଙ୍କ ଏହି ଅପେକ୍ଷା ଶେଷ ହେବାକୁ ଯାଉଛି ।

ୟଶ ରାଜ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏକ ଚଳଚ୍ଚିତ୍ରରେ ଏଭୟ ସଲମାନ ଏବଂ ଶାହାରୁଖଙ୍କୁ ଏକାଠି ଦେଖିବାକୁ ମିଳିବ । ତେବେ ଏହି ଚଳଚ୍ଚିତ୍ରରେ ପଠାନ ଏବଂ ଟାଇଗରରେ ଯେପରି ଦୁହେଁ ପରସ୍ପରକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା ସେହିପରି ନୁହେଁ ବରଂ ଏହି ଚଳଚ୍ଚିତ୍ରରେ ଉଭୟଙ୍କୁ ପରସ୍ପର ବିରୋଧରେ ଲଢୁଥିବା ଦେଖିବାକୁ ମିଳିବ ।

ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ ଶାହାରୁଖ ଖାନ ଖୁବ୍ ଶିଘ୍ର ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଯଦି ସବୁକିଛି ଠିକ୍ ଠାକ ରୁହେ ତେବେ ଫିଲ୍ମର କାମ ଏପ୍ରିଲରୁ ହିଁ ଆରମ୍ଭ ହେବ । ତେବେ କ୍ୟାଟ୍ରିନା ଏବଂ ଦୀପିକାଙ୍କ ମଧ୍ୟରୁ କିଏ ଏହି ଫ୍ରାଞ୍ଚାଇଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କ୍ୟାଟ୍ରିନା ଟାଇଗରରେ ଜୋୟା ଚରିତ୍ରରେ ଅଭିନୟ କରିଥିବାବେଳେ ଦୀପିକା ପାଦୁକୋନଙ୍କୁ ପଠାନରେ ରୁବିନା ଭୂମିକାରେ ଦେଖିବାକୁ ମିଳିଥିଲା ।

ତେବେ ଗତବର୍ଷ ସଲମାନ ଖାନ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଟାଇଗର ବନାମ ପଠାନ ଉପରେ ବର୍ତ୍ତମାନ କାମ ଚାଲିଛି । ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ ଆନନ୍ଦ ଟାଇଗର ବନାମ ପଠାନଙ୍କୁ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ୩୦୦କୋଟି ଟଙ୍କା ବ୍ୟୟରେ ଏହି ଚଳଚ୍ଚିତ୍ର ନିର୍ମିତ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଆଦିତ୍ୟ ଚୋପ୍ରା ଏବଂ ତାଙ୍କ ଟିମ୍ ।

Leave A Reply

Your email address will not be published.