Latest Odisha News

BREAKING NEWS

ମାର୍ଚ୍ଚରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ!

ଭୁବନେଶ୍ୱର:ରାଜ୍ୟସଭା ପରେ କେବେ ହେବା ଲୋକସଭା ନିର୍ବାଚନ? ଏନେଇ ପ୍ରଶ୍ନ ଲାଗି ରହିଥିବା ବେଳେ ଶୁଣିବାକୁ ମିଳୁଛି ଯେ ମାର୍ଚ୍ଚ ମାସରେ ହୋଇପାରେ ନିର୍ବାଚନ। ଦେଶର ନିର୍ବାଚନ ଆୟୋଗ (ଇସିଆଇ) ଲୋକ ସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ବିଶେଷ ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ ୯ ପରେ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ବିଭିନ୍ନ ରାଜ୍ୟକୁ ନିର୍ବାଚନ ସଂସ୍ଥା ଅଧିକାରୀଙ୍କ ପୂର୍ବରୁ ନିର୍ଦ୍ଧାରିତ ପରିଦର୍ଶନ ସୂଚିତ କରେ ଯେ ୨୦୨୪ ନିର୍ବାଚନ କ୍ୟାଲେଣ୍ଡର ୨୦୧୯ ସହିତ ସମାନ ହୋଇପାରେ।

ପୂର୍ବରୁ ୨୦୧୯ରେ ମାର୍ଚ୍ଚ ୧୦ରେ ଲୋକ ସଭାକୁ ନେଇ ନିର୍ବାଚନ ଘୋଷଣା କରାଯାଇଥିଲା। ଏପ୍ରିଲ ୧୧ରୁ ମେ ୧୯ମଧ୍ୟରେ ସାତୋଟି ପର୍ଯ୍ୟାୟରେ ମତଦାନ ହୋଇଥିବାବେଳେ ଭୋଟ ଗଣନା ମେ ୨୩ରେ ହୋଇଥିଲା। କିନ୍ତୁ ବର୍ତ୍ତମାନ ଲୋକସଭା ନିର୍ବାଚନ ସାଙ୍ଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଯେଉଁଥି ପାଇଁ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀମାନେ କ୍ରମାଗତ ଭାବରେ ବିଭିନ୍ନ ରାଜ୍ୟ ଗସ୍ତ କରି ଭୋଟ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। କିଛି ଦିନ ତଳେ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଟିମ୍ ଓଡ଼ିଶା ଗସ୍ତରେ ଆସିଥିଲେ। ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟ ସମୟରେ ସବୁକିଛି ଶୃଙ୍ଖଳିତ କିପରି କାର୍ଯ୍ୟକାରୀ ହେବ ସେ ନେଇ ସମୀକ୍ଷା କରିଥିଲେ। ତେବେସୂଚନାନୁସାରେ, ଜାମ୍ମୁ କାଶ୍ମୀରର ସୁରକ୍ଷା ପରିସ୍ଥିତି ଏବଂ ସୁରକ୍ଷା ବାହିନୀର ଉପଲବ୍ଧତା ସମ୍ପର୍କରେ ସୂଚନା ପାଇବା ପାଇଁ ନିର୍ବାଚନ ଆୟୋଗର ପ୍ରତିନିଧୀମାନେ ମାର୍ଚ୍ଚ ୮-୯ ମଧ୍ୟରେ ସରକାରୀ କର୍ମଚାରୀଙ୍କୁ ଭେଟିବାକୁ ଯାଉଛନ୍ତି। ଏହା ପରେ ସେ ୧୨-୧୩ମାର୍ଚ୍ଚରେ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ସ୍ଥିତିର ଆକଳନ କରିବେ। ଏହି ସମୟ ମଧ୍ୟରେ ସେ ଏଠାରେ ପରଖିବେ ଯେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକ ସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ କରାଯାଇପାରିବ କି ନାହିଁ।

Leave A Reply

Your email address will not be published.