Latest Odisha News

BREAKING NEWS

ଦିଲ୍ଲୀରେ ପଦ୍ମକୁ ସଫା କରିଦେବ କି ଝାଡୁ ?

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡିରେ ଟାଇଟ ଫାଇଟିଂ । ବିଜେପି-ଆପ ଚାଲିଛି କଡ୍ଡା ଟକ୍କର । ୩ଟି ପାଳି ଧରି ଏମସିଡିକୁ ନିଜ ଅକ୍ତିଆରରେ ବିଜେପିକୁ ଚଳିତ ନିର୍ବାଚନରେ ଆଣ୍ଠେଇ ଦେଲାଣି ଆପ ।  ବିଜେପି ଗଡରେ ବିଜେପିକୁ ସଫା କରିଦେବା ଚକ୍କରରେ ଅଛି ଆପ ।  ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଏମିତି କିଛି ଜଣାପଡୁଛି ।

ବର୍ତ୍ତମାନ ସୁଦ୍ଧ ହସ୍ତଗତ ହୋଇଥିବା ଫଳାଫଳରୁ ଜଣାପଡ଼ିଛି, ଆପ ୭୫ ଟି ଆସନରେ ବିଜୟ ଲାଭ କରିସାରିଥିବାବେଳେ ବିଜେପି ୫୪ ଏବଂ କଂଗ୍ରେସ ୪ଟି ଆସନରେ ଜିତି ସାରିଲାଣି । ନିର୍ଦ୍ଦଳୀୟଙ୍କ ହାତକୁ ଯାଇଛି ଗୋଟିଏ ସିଟ । ସେହିପରି  ଆପ ୧୩୩ ଏବଂ ବିଜେପି ୧୦୩ଟି ଆସନରେ ଆଗରେ ଅଛି । କଂଗ୍ରେସ ୧୦ଟି ଏବଂ ଅନ୍ୟମାନଙ୍କ ହାତକୁ ଯାଇଛି ମାତ୍ର ୪ଟି ଆସନ ।

ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନର ୨୫୦ଟି ୱାର୍ଡ ପାଇଁ ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଛି । ଭୋଟଗଣତି  ପାଇଁ ୪୨ଟି କେନ୍ଦ୍ର ଖୋଲାଯାଇଛି। ଏଠାରେ  ଆପ୍ ସରକାର ଗଢିଥିଲେ ହେଁ  ମ୍ୟୁନିସାପାଲ କର୍ପୋରେସନ ବିଜେପି ଦଖଲରେ ଥିଲା। ତେଣୁ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ମଧ୍ୟରେ ବିବାଦ ଲାଗି ରହୁଥିଲା।

ତେଣୁ ଏଥର ମ୍ୟୁନିସପାଲ କର୍ପୋରେସନକୁ ଦଖଲ କରିବା ପାଇଁ ସବୁ ଦମ ଲଗାଇଛି ଆପ ।  ସେତିକି ନୁହେଁ, ବିଜେପିକୁ କଡ୍ଡା ଟକ୍କର ଦେଇ ୨୦୨୪ ପାଇଁ ଏକ ଚାଲେଞ୍ଜ ଦେଇଛି ଆପ  । କହିବାକୁ ଗଲେ ଦୁଇ ଦଳ ଜିତିବା ନେଇ ବେଶ ଆାଶାବାଦୀ ।

 

Leave A Reply

Your email address will not be published.