Latest Odisha News

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ତିଗିରିଆ ଥାନାର ଏଏସଆଇ

କଟକ: ଭିଜିଲାନ୍ସ ଜାଲରେ ତିଗିରିଆ ଥାନା ଏଏସଆଇ ପ୍ରଦୀପ ବେହେରା। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଦୀପଙ୍କୁ ଧରିଛି ଭିଜିଲାନ୍ସ ଟିମ୍‍। ସୂଚନା ଅନୁସାରେ ଏକ ମାମଲାର ରଫାଦଫା କରିବା ପାଇଁ ପ୍ରଦୀପ ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ଏହି ସମୟରେ ତାଙ୍କୁ ମାଡିବସିଥିଲା।

ପ୍ରଦୀପଙ୍କୁ ଅଟକ ରଖି ଅଧିକ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ। କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ୫ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା।

ଆଗରୁ ମଧ୍ୟ ଏଭଳି ଘଟଣା ତିଗିରିଆ ଥାନାରେ ହେଉଥିବା ଅଭିଯୋଗ ହୋଇ ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା। ପ୍ରଦୀପଙ୍କ ନାମରେ ପୂର୍ବରୁ ଏଭଳି ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହାର ଆଧାରରେ ଭିଜିଲାନ୍ସ ଆଜି ଥାନା ଏଏସଆଇଙ୍କୁ ରେଡ ହ୍ୟାଣ୍ଡରେ ଧରିଛି।

Comments are closed.