Latest Odisha News

BREAKING NEWS

ଅନିଶ୍ଚିତତା ମଧ୍ୟରେ ସୁନ୍ଦରୀର ଭାଗ୍ୟ…

ଭୁବନେଶ୍ୱର: ସୁନ୍ଦରୀର ଭାଗ୍ୟ ଏବେ ଅନିଶ୍ଚିତତା ମଧ୍ୟରେ । ଲାଗୁଛି ବଣ-ଜଙ୍ଗଲର ପ୍ରାକୃତିକ ନୈସର୍ଗିକତାରେ ମନଭରି ବୁଲୁଥିବା ସୁନ୍ଦରୀ ଏବେ ଏନକ୍ଲୋଜର ମଧ୍ୟରେ ଅଣନିଶ୍ୱାସୀ ହୋଇପଡୁଛି । ଆମେ କହୁଛୁ, ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଥିବା ସୁନ୍ଦରୀ ବାଘୁଣୀ ସମ୍ପର୍କରେ ।

ନିକଟରେ ଏହି ବାଘୁଣୀକୁ ଜଙ୍ଗଲରେ ଛାଡ଼ିଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ‘ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ’ (ଏନଟିସିଏ) । ଏନଟିସିଏର କହିବାନୁଯାୟୀ ଏନକ୍ଲୋଜର ମଧ୍ୟରେ ଥିବା ସୁନ୍ଦରୀକୁ ଜଙ୍ଗଲରେ ଛଡ଼ାଯିବାର ସମ୍ଭାବନା ପ୍ରାୟତଃ ନାହିଁ ।

ଖାସ୍ ସୁନ୍ଦରୀକୁ ନେଇ ସୋମବାର ଦିନ ଭୁବନେଶ୍ୱରସ୍ଥିତ ପ୍ରକୃତି ଭବନରେ ଏନଟିସିଏ ପଦାଧିକାରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

“ବାଘୁଣୀ ସୁନ୍ଦରୀ ସାତକୋଶିଆ ଅଭୟାରଣ୍ୟରୁ ସାତକୋଶିଆ ବନ୍ୟଖଣ୍ଡକୁ ସ୍ଥାନାନ୍ତରୀତ ହେବ । ମାତ୍ର ୨୫ ହେକ୍ଟର ପରିବ୍ୟାପ୍ତ ଏକ ଏନକ୍ଲୋଜର୍ ମଧ୍ୟରେ ରହିବ ସୁନ୍ଦରୀ । ଏନଟିସିଏର ପରାମର୍ଶକ୍ରମେ ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି ବୋଲି କହିଛନ୍ତି,” ମୁଖ୍ୟ ବନ୍ୟଜନ୍ତୁ ୱାର୍ଡ଼ନ୍ ସନ୍ଦୀପ ତ୍ରିପାଠୀ ।

ଜୁନ ୨୦୧୮ରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରୁ ବନବିଭାଗ ଆଣି ସାତକୋଶିଆର ଘଞ୍ଚ ଜଙ୍ଗଲସ୍ଥଳୀ ରାଇଗୁଡ଼ାରେ ଛାଡ଼ିଥିଲେ । ଏହାପରେ ସେହିବର୍ଷ ଅଗଷ୍ଟ ୧୮ ତାରିଖରେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।

ଜଙ୍ଗଲରେ ଛଡ଼ା ଯିବାପରେ ଏହି ବାଘୁଣୀ ସୁନ୍ଦରୀ ସେପ୍ଟେମ୍ବର ୧୨ ତାରିଖରେ ଜଣେ ମହିଳା, ଅକ୍ଟୋବର ୨୭ ତାରିଖରେ ଟାଇଁସିଆ ଗ୍ରାମର ଜଣେ ବୃଦ୍ଧବ୍ୟକ୍ତିଙ୍କୁ ଆକ୍ରମଣ କରି ମାରିଦେବାର ଅଭିଯୋଗ ହୋଇଥିଲା । ଏହାପରେ ତାକୁ ଟ୍ରାଙ୍କୁଲାଇଜର୍ ଦ୍ୱାରା କାବୁ କରାଯାଇ ନଭେମ୍ବର ୬ ତାରିଖରେ ଏନକ୍ଲୋଜରରେ ରଖାଯାଇଛି ।

Leave A Reply

Your email address will not be published.