Latest Odisha News

BREAKING NEWS

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କୌଣସି ପ୍ରସ୍ତାବ ନାହିଁ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ କହିଛନ୍ତି ।

ଲୋକସଭାରେ ସୋମବାର ଦିନ ପ୍ରଶ୍ନକାଳ ସମୟରେ ନବରଙ୍ଗପୁରର ବିଜେଡ଼ି ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଏବଂ ହିମାଳୟ ପାର୍ବତ୍ୟାଞ୍ଚଳରେ ରହିଥିବା ରାଜ୍ୟମାନଙ୍କ ଲାଗି ଯେଉଁ ୯୦:୧୦ ଅନୁପାତରେ ଅନୁଦାନ ଦିଆଯାଉଛି ସେହି ଅନୁଦାନ ଓଡ଼ିଶାକୁ ମିଳିବା ନେଇ ଏବେ ଏକ ପ୍ରସ୍ତାବ ରହିଛି । ଏହାକୁ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ଜାରି ରହିଛି ।

କେନ୍ଦମନ୍ତ୍ରୀ ଏସମ୍ପର୍କରେ ଆହୁରି ମଧ୍ୟ କହିଛନ୍ତି ଯେ, ୧୪ତମ ଅର୍ଥ କମିଶନ ଅନୁଯାୟୀ, ସ୍ୱତନ୍ତ୍ର ଅନୁଦାନ ଦେବା ଲାଗି ଏବେ ସେପରି କିଛି ସ୍ୱତନ୍ତ୍ର ରାଜ୍ୟ ଓ ସାଧାରଣ ରାଜ୍ୟର ଅଲଗା ବ୍ୟବସ୍ଥା ନାହିଁ ।

Leave A Reply

Your email address will not be published.