ଭୁବନେଶ୍ବର: ବାଘୁଣୀ ଜିନତ ନେଇ ଆସିଛି ନୂଆ ଅପଡେଟ। ବନ ବିଭାଗକୁ ନାକେଦମ କରିବା ସହ ନାନା କଳ୍ପନାଯଳ୍ପନା ପରେ ଅଲିପୁର ଚିଡ଼ିଆଖାନାରୁ ଶିମିଳିପାଳ ଫେରୁଛି ଜିନତ। ସେଠାରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ବ୍ୟବସ୍ଥାରେ ଜିନତକୁ ଅଣାଯାଉଛି। ବୁଧବାର ସକାଳ ସୁଦ୍ଧା ଶିମିଳିପାଳରେ ପହଞ୍ଚିବ ବାଘୁଣୀ ଜିନତ। ଏନେଇ ଆଜି ଜିନତକୁ ଫେରେଇ ଆଣିବାକୁ କେନ୍ଦ୍ର ସରକାର ତଥା ଏନଟିସିଏ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଥିଲେ ।
ସୂଚନାଥାଉକି, ବାଘୁଣୀ ଜିନତକୁ ନେଇ ବେଶ୍ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଛି। ମହରାଷ୍ଟ୍ରରୁ ଶିମିଳିପାଳକୁ ଅଣାଯିବା ପରଠାରୁ ହିଁ ଜିନତକୁ ନେଇ ଚର୍ଚ୍ଚା ଲାଗି ରହିଛି । ବାଘୁଣୀ ଶିମିଳିପାଳ ଛାଡ଼ି ପଶ୍ଚିମବଙ୍ଗ ଯିବା ପରଠୁ ବଡ଼ ଅସୁବିଧା ହୋଇଥିଲା। ୨୦୦ କିମିରୁ ଅଧିକ ବାଟ ଚାଲି ଯାଇଥିଲା ଜିନତ । ପରେ ତାକୁ ଧରିବାକୁ ନାକେଦମ ହୋଇଥିଲା ବନ ବିଭାଗର ବିଶେଷଜ୍ଞ ଦଳ। ଶେଷରେ ସୋମବାର ବନ ବିଭାଗ ତାକୁ ଟ୍ରାଙ୍କୁଲାଇଜ କରି ଅଲିପୁର ଚିଡ଼ିଆଖାନାରେ ରଖାଯାଇଥିଲା।
ଏହା ପୂର୍ବରୁ ବନ୍ୟପ୍ରାଣୀ ପିସିସିଏଫ୍ କହିଥିଲେ, ଏଥର ତାକୁ ଦକ୍ଷିଣ ଶିମିଳିପାଳରେ ପୂର୍ବରୁ ଯମୁନା ପାଇଁ ତିଆରି ହୋଇଥିବା ଏନକ୍ଲୋଜରରେ ରଖାଯିବ। ଦୁଇ ତିନି ସପ୍ତାହ ଗତିବିଧି ଉପରେ ନଜର ରଖାଯାଇ, ସ୍ୱଭାବରେ ସୁଧାର ଆସିବା ପରେ କୋର୍ ଏରିଆରେ ଛଡ଼ାଯିବ। ଆଗାମୀ ଦିନରେ ଜିନ୍ନତ ଯେପରି ଶିମିଳିପାଳ ସୀମା ବାହାରକୁ ନଯିବ, ତା ସୁନିଶ୍ଚିତ କରିବାକୁ ନୂଆ ରଣନୀତି ଆପଣେଇବ ବନ ବିଭାଗ ।
Comments are closed.