ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରର ଗୌତମ ବୁଦ୍ଧ ନଗରର କାସାନା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ମିଥାମଫେଟାମାଇନ୍ ଲ୍ୟାବ ଉପରେ ଚଢାଉ। ଏହି ଲ୍ୟାବ ତିହାର ଜେଲର ୱାର୍ଡେନଙ୍କ ଦ୍ୱାରା ପରିଚାଳିତ ହେଉଥିଲା୲ ଏନସିବିର ଅପରେସନ୍ ୟୁନିଟ୍ ଏବଂ ଦିଲ୍ଲୀ ପୋଲିସ ସ୍ପେସାଲ ସେଲ୍ ଏହି ଲ୍ୟାବ ଉପରେ ମିଳିତ ଭାବେ ଚଢାଉ କରିଥିଲେ୲ ତେବେ ସେଠାରୁ ପ୍ରାୟ ୯୫ କିଲୋଗ୍ରାମ ମିଥାମଫେଟାମାଇନ୍ ମିଳିଥିଲା। ଏହା ବ୍ୟତୀତ ଆହୁରି ଅନ୍ଯାନ୍ଯ ରାସାୟନିକ ପଦାର୍ଥ ମଧ୍ୟ ଉଦ୍ଧାର କରାଯାଇଥିଲା।
ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ଦିଲ୍ଲୀର ଜଣେ ବ୍ୟବସାୟୀ ଏବଂ ତିହାର ଜେଲର ଜଣେ ୱାର୍ଡେନ ବେଆଇନ ଭାବରେ କାରଖାନା ପ୍ରତିଷ୍ଠା କରି ରାସାୟନିକ ଦ୍ରବ୍ୟ ଏବଂ ଯନ୍ତ୍ରପାତି କିଣାବିକା କରୁଥିଲେ। ତେବେ ଏହି ବ୍ୟବସାୟୀଙ୍କୁ ପୂର୍ବରୁ ଏନଡିପିଏସ ମାମଲାରେ ଡିଆରଆଇ ଗିରଫ କରି ତିହାର ଜେଲରେ ରଖିଥିଲା, ଯେଉଁଠାରେ ସେ ୱାର୍ଡେନଙ୍କୁ ଭେଟି ତାଙ୍କର ସହଯୋଗୀ ହୋଇଥିଲେ।
ଏହି ଲ୍ୟାବକୁ ସେ ମୁମ୍ବାଇର ଜଣେ କେମିଷ୍ଟଙ୍କ ସହଯୋଗରେ ପରିଚାଳିତ କରୁଥିଲେ। ତେବେ ସମସ୍ତ ଚାରି ଅଭିଯୁକ୍ତଙ୍କୁ ଏନସିବି ଗିରଫ କରି ଅକ୍ଟୋବର ୨୭ରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲା। ପରେ ତିନି ଦିନିଆ ରିମାଣ୍ଡରେ ନିଆଯାଇଥିବା ଜଣାପଡିଛି୲
Comments are closed.