Latest Odisha News

BREAKING NEWS

ଆଜିଠାରୁ ଦେଶବ୍ୟାପୀ ୫ଦିନିଆ ଟିକା ଉତ୍ସବ, ଅଧିକରୁ ଅଧିକ ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଛି ପାଞ୍ଚ ଦିନିଆ ଟିକା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆସନ୍ତା ୧୪ ତାରିଖ ଯାଏ ଚାଲିବ । ଦେଶର ସବୁ ରାଜ୍ୟରେ ଏହି ଟିକା ଉତ୍ସବ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ଏହି ଟିକା ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଟିକା ନେବାକୁ ଆଗେଇ ଆସିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଲୋକଙ୍କୁ ଅପିଲ କରିଛନ୍ତି ।

ଦେଶରେ ସଂକ୍ରମଣ ବଢୁଥିବା ବେଳେ ଟିକାକରଣକୁ ବ୍ୟାପକ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଭାରତରେ ୮୫ ଦିନରେ ପ୍ରାୟ ୧୦ କୋଟି ଟିକାକରଣ ହୋଇଛି । ଆମେରିକାରେ ୧୦ କୋଟି ଟିକାକରଣ ପାଇଁ ୮୯ ଦିନ ସମୟ ଲାଗିଥିଲା । ଚୀନରେ ୧୦୨ ଦିନରେ ୧୦ କୋଟି ଲୋକ ଟିକା ନେଇଥିଲେ । ଦ୍ରୁତ ଟିକାକରଣରେ ଭାରତ ଆଗରେ ରହିଛି । ଏବେ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦିଆଯାଉଛି ।

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପେର ଟିକା ଉତ୍ସବ ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାସ୍ଥ୍ୟ ଓ କୋଭିଡ୍ ମୁକ୍ତ ଭାରତ ଉପରେ ଗୁରୁତ୍ୱ ଦେଇଥିଲେ । ଜାନୁୟାରୀ ୧୬ ତାରିଖରୁ ଭାରତରେ ଆରମ୍ଭ ହୋଇଥିଲା ଟିକାକରଣ । ମହାମାରୀ ବିରୋଧୀ ମହାଲଢ଼େଇରେ ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ୍ସ ଟିକା ଲୋକଙ୍କୁ ଦିଆଯାଉଛି ।

Leave A Reply

Your email address will not be published.