Latest Odisha News

BREAKING NEWS

ପଟ୍ଟାଙ୍ଗିରେ ଜିତିଲେ ସ୍ୱାଧୀନ ପ୍ରାର୍ଥୀ, ହାରିଲେ ସର୍ବଦଳୀୟ ପ୍ରାର୍ଥୀ

କୋରାପୁଟ: ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର । ଜିତିଲେ ସ୍ୱାଧୀନ ପ୍ରାର୍ଥୀ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଜୋନ୍-୧ରେ ଜିତିଲେ କୋଟିଆ ଝିଅ ଟିକାଇ ଗେମେଲ । ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିଥିଲେ । ୩ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ପରାସ୍ତ କରିଛନ୍ତି ଟିକାଇ ଗେମେଲ ।

ପଟାଙ୍ଗି ଜୋନ୍‌-୧ର ଭୋଟ ଗଣତି ଆରମ୍ଭରୁ ଆଗୁଆ ରହିଥିଲେ ଟିକାଇ । କାଉଣ୍ଟିଂ ବଢ଼ିବା ସହ ତାଙ୍କର ବିଜୟ ବ୍ୟବଧାନ ବି ବଢ଼ି ଚାଲିଥିଲା । କୋଟିଆ ପଞ୍ଚାୟତରୁ ଟିକାଇଙ୍କୁ ୨୦୭୦ଖଣ୍ଡ ଭୋଟ ମିଳିଛି । ମମତାଙ୍କ ଖାତାରେ ପଡ଼ିଛି ୧୬୧୬ ଭୋଟ୍ । ପଟାଙ୍ଗିରେ ଟିକାଇଙ୍କୁ ୨୦୫୯ ଓ ମମତାଙ୍କୁ ୯୫୭ ଖଣ୍ଡ ଭୋଟ୍ ମିଳିଛି ।

ପଟ୍ଟାଙ୍ଗିରେ ସବୁ ଦଳର ନେତା ଏକାଠି ହୋଇ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇଥିଲେ । ଏହି ଜିଲ୍ଲା ପରିଷଦ ଜୋନରେ ଆସୁଛି ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତ । ପଟ୍ଟାଙ୍ଗିରୁ ମମତା ଜାନି ସର୍ବଦଳୀୟ ପ୍ରାର୍ଥୀ ହୋଇଥିଲେ । ତାଙ୍କ ସପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଥିଲେ ଟିକାଇ ଗେମେଲ । ମମତାଙ୍କ ପାଇଁ ସବୁ ଦଳର ହେଭିଓ୍ୱେଟ ନେତା ପ୍ରଚାର କରିଥିଲେ । କିନ୍ତୁ ନିଜ ସମର୍ଥକଙ୍କ ସହ ଭୋଟ୍ ଭିକ୍ଷା କରିଥିଲ ଟିକାଇ । ଶେଷରେ ଭୋଟରଙ୍କ ମନ ଜିଣିଛନ୍ତି ଟିକାଇ ଗେମେଲ ।

Comments are closed, but trackbacks and pingbacks are open.