Latest Odisha News

ଟିକାୟତଙ୍କ ଅନୁରୋଧ ଯୋଗୁ ରେସଲରମାନେ ପଦକ ବିସର୍ଜନ କଲେନି, ୫ ଦିନର ସମୟ ଦିଆଗଲା

ହରିଦ୍ୱାର: ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ରେସଲମାନେ ଆଜି ସେମାନଙ୍କ ପଦକ ବିସର୍ଜନ କରିବା ପାଇଁ ଗଙ୍ଗା ଘାଟରେ ପଂହଚିଥିଲେ । ସେଠାରେ ଦୀର୍ଘ ସମୟ ଧରି କାନ୍ଦିଥିଲେ । ଏହି ସମୟରେ କୃଷକ ନେତା ରାକେଶ ଟିକାୟତଙ୍କ ସମେତ ଅନେକ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ତାଙ୍କୁ ବୁଝାଶୁଝା କରିଥିଲେ । ଶେଷରେ ରେସଲରମାନେ ତାଙ୍କ ନିଷ୍ପତିରୁ ସାମୟିକ ଭାବେ ଓହରିଥିଲେ । ରାକେଶ ଟିକାୟତ ସରକାରଙ୍କୁ ୫ ଦିନର ସମୟ ଦେଇଛନ୍ତି । ଏହି ୫ ଦିନ ମଧ୍ୟରେ ବ୍ରିଜଭୂଷଣ ଗିରଫ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଦେଶ ପାଇଁ ଅଲିମ୍ପିକ ପଦକ ଜିତିଥିବା ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସମେତ ଭିନେଶ ଫୋଗଟ ଓ ଅନ୍ୟ ରେସଲରମାନେ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଯୋଗୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ସରକାର କିମ୍ବା ପୋଲିସ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ । ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରାଯିବ ସହ ତଦନ୍ତ ଚାଲିଛି ।

Leave A Reply

Your email address will not be published.