Latest Odisha News

BREAKING NEWS

ମ୍ୟାଚ ଦେଖିଲେ ଭିକ୍କି-ସାରା, ବିଜୟ ପରେ ଖୁସିରେ ନାଚିଲେ

ମୁମ୍ବାଇ: ଫିଲ୍ମ ‘ଜରା ହଟକେ ଜରା ବଚକେ’କୁ ନେଇ ଅଭିନେତା ଭିକ୍କି କୌଶଲ ଓ ସାରା ଅଲ୍ଲି ଖାନ୍ ଖୁବ୍ ଚର୍ଚ୍ଚାରେ । ଉଭୟଙ୍କୁ ଅନେକ ଇଭେଣ୍ଟରେ ଏକାଠି ନଜର ଆସୁଛନ୍ତି । କାରଣ ଭିକ୍କି ଓ ସାରା ତାଙ୍କ ଆଗାମୀ ଫିଲ୍ମର ପ୍ରମୋସନରେ ଲାଗିପଡ଼ିଛନ୍ତି । ନିକଟରେ ଉଭୟ ଚେନ୍ନାଇ ଓ ଗୁଜରାଟ ଟାଇଟନ୍ସର ମ୍ୟାଚ ଦେଖିବାକୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ । ମ୍ୟାଚରେ ଧୋନିଙ୍କ ଦଳର ବିଜୟ ପରେ ଭିକ୍କି ଓ ସାରା ଗ୍ୟାଲେରିରେ ଖୁସିରେ ନାଚୁଥିବା ଦେଖିବାକୁ ମିଳିଛି ।

ଏହି ଖୁସି ମୁହୂର୍ତ୍ତର ଏକ ଭିଡିଓ ଭିକ୍କି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ବଦଲେ ତେରେ ମାହି, ଲେକେ ଜୋ କୋଇ ସାରି, ଦୁନିଆ ଭି ଦେଦେ ଅଗର…ତେ କିସେ ଦୁନିଆ ଚାହିଏ’ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.