Latest Odisha News

BREAKING NEWS

ଟିକ୍‌ଟକ୍‌ ଉପରୁ ବ୍ୟାନ୍‌ ହଟାଇଲା ଏହି ଦେଶ

ଇସଲାମାବାଦ: ପାକିସ୍ତାନର ଟିକ୍‌ଟକ୍‌ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଅନୈତିକ ତଥା ଅଶ୍ଳୀଳ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ପ୍ଲାଟଫର୍ମର ନିଶ୍ଚିତତା ଉପରେ (ପିଟିଏ) ଟିକ୍‌ଟକ୍‌ ସେବାକୁ ପୁନଃସ୍ଥାପିତ କରିଛି।

ବେଆଇନ ବିଷୟବସ୍ତୁ ଅପଲୋଡ୍ କରିବାରେ କ୍ରମାଗତ ଭାବରେ ଜଡିତ ଥିବା ଉପଭୋକ୍ତାଙ୍କୁ ପ୍ଲାଟଫର୍ମ ବ୍ୟବହାରରେ ଅବରୋଧ କରାଯିବ ବୋଲି କମ୍ପାନୀ ନିଶ୍ଚିତ କରିଛି।

ନିଶ୍ଚିତତାକୁ ଦୃଷ୍ଟିରେ ରଖି ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଥିବା PTA କହିଛି। ତେବେ, ପାକିସ୍ତାନର ଆଇନ ତଥା ସାମାଜିକ ମୂଲ୍ୟବୋଧ ବିରୁଦ୍ଧରେ ବେଆଇନ ବିଷୟବସ୍ତୁ ଯେପରି ବିସ୍ତାର ନହୁଏ ସେଥିପାଇଁ ପ୍ଲାଟଫର୍ମ ଉପରେ ନଜର ରଖିବା ଜାରି ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Leave A Reply

Your email address will not be published.