Latest Odisha News

BREAKING NEWS

ଭଦ୍ରକରେ ଲୁଟେରା ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଚୋରୀ, ଟେର୍ ପାଉନି ପୋଲିସ

ଭଦ୍ରକ: ଭଦ୍ରକ ସହରରେ ଲୁଟେରାଙ୍କ ଆତଙ୍କ । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରେ ଚୋରୀ ହୋଇଛି । ଗତକାଲି ରାତି ସାଢ଼େ ୮ଟା ସମୟରେ ଭଦ୍ରକ ଏସପି ଅଫିସଠାରୁ ମାତ୍ର କିଛି ଦୂରରେ ଏହି ଲୁଟ୍ ହୋଇଛି । କୋଲକାତା ଜୁଏଲାରୀ ଦୋକାନରୁ ଦୁଇ ଲୁଟେରା ଲୁଟି ନେଲେ ୧୫କେଜି ରୂପା ସହ ୩.୫୦ଗ୍ରାମ ସୁନା ।୨୨ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଦୋକାନୀ କହିଛି ।

ଦୋକାନର ମାଲିକ ଗୋବିନ୍ଦ ଦାସ ନିଜ ଦୋକାନ ବନ୍ଦ କରିବା ପାଇଁ ସଟର ପକାଉଥିଲେ । ଏହି ସମୟରେ ଦୁଇ ଲୁଟେରା ଏକ ବାଇକରେ ଆସି ଦୋକାନୀଙ୍କ ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଲୁଟେରାଙ୍କ ପିଛା କରିଥିଲେ । ଲୁଟେରାମାନେ ବାଇକରେ ନ୍ୟାସନାଲ ହାଇୱେ ଦେଇ ପଳାଇଥିଲେ । ପୋଲିସ ବହୁ ଖୋଜାଖୋଜି ପରେ ବି ଲୁଟେରାଙ୍କ ଟେର୍ ପାଇପାରିନଥିଲେ । ଏପଟେ ଆଇଆଇସି କହିଛନ୍ତି, ଚୋରୀ ହୋଇଥିବା ଗହଣାର ଦୋକାନୀ କାଗଜ ପତ୍ର ଦେଖାଇପାରୁନାହାନ୍ତି ।

ଅନ୍ୟପଟେ ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ସନ୍ଥିଆ ଗ୍ରାମରେ ଥିବା ବିପ୍ରେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ହୁଣ୍ଡି ବାକ୍ସ, ଘଣ୍ଟା , ଠାକୁରଙ୍କ ବାସନକୁସନ ଆଦି ଲୁଟେରା ଚୋରି କରି ନେଇଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀମାନେ ପୁରୁଣାବଜାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଥାନା ଅଧିକାରୀ ଘଟଣାସ୍ଥଳକୁ ଆସି ତଦନ୍ତ କରି ଯାଇଛନ୍ତି ।

ସୂଚନା ମୂତାବକ, ଭଦ୍ରକରୁ ବନ୍ଧୁକ ଦେଖାଇ ୪ଟିସ୍ଥାନରୁ ଲୁଟ୍ ହୋଇଥିବାବେଳେ ୪ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ତେବେ ଭଦ୍ରକ ସହରରେ ଲୁଟେରାମାନେ ବନ୍ଧୁକ ଓ ଭୁଜାଲି ଧରି ଖୁଲମଖୁଲା ଲୁଟ୍ କରି ଚାଲିଛନ୍ତି । କିନ୍ତୁ ପୋଲିସ ଏମାନଙ୍କ ଟେର୍ ପାଉନାହାନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଲୋକେ ।

Leave A Reply

Your email address will not be published.