Latest Odisha News

BREAKING NEWS

ମାସ୍କ ପିନ୍ଧିବାକୁ ଥଟ୍ଟା କରି କରିଥିଲେ ଟିକ୍‌ଟକ୍ ଭିଡିଓ, ମାଡି ବସିଲା କରୋନା

ଭୋପାଳ : କରୋନାକୁ ନେଇ ଯୁବପିଢି ବିଭିନ୍ନ ପ୍ରକାର ଟିକ୍‌ଟକ୍ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ପ୍ରକାର ଟ୍ରେଣ୍ଡ ହୋଇଛି । ଏହି କ୍ରମରେ ମଧ୍ୟ ପ୍ରଦେଶ ସାଗର ଜିଲ୍ଲାର ସମୀର ଖାନ ବି ପ୍ରସ୍ତୁତ କରିଥିଲେ ଏକ ଟିକ୍ ଟକ୍ ଭିଡିଓ ।

ଏହି ଭିଡିଓରେ ତାଙ୍କୁ ଅନ୍ୟ ଜଣେ କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ପାଇଁ କହୁଥିବା ବେଳେ ସମୀର ଏହାକୁ ତାତ୍ସଲ୍ୟ କରୁଥିବା ଦେଖାଯାଇଥିଲା । ହାତରେ ଧରିଥିବା ଏକ ଗାମୁଛାକୁ ଶୂନ୍ୟକୁ ଫୋପାଡି ଦେଇ ‘ଏହି କପଡା ଖଣ୍ଡିକରେ କଣ ଭରସା , ଭରସା ରଖିବ ଯଦି ଉପରବାଲାଙ୍କ ଉପରେ ରଖ’ବୋଲି ସେ ଭିଡିଓରେ କହୁଥିବା ଦେଖାଯାଇଥିଲା ।

ପରବର୍ତ୍ତୀ ସମୟରେ ସମୀର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେ ସାଗର ଜିଲ୍ଲାର ପ୍ରଥମ କରୋନା ପଜିଟିଭ୍ । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ଯେ, କରୋନା ଆଉ ମାସ୍କକୁ ଥଟ୍ଟା କରି ସତର୍କ ନ ରହିବାରୁ ସମୀର ଏବେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । କିନ୍ତୁ ଜାଣିଶୁଣି ଏହାର ଅବମାନନା କରୁଥିବା ଯୁବପିଢିଙ୍କ ପାଇଁ ସମୀରଙ୍କ ଉଦାହରଣ ଏକ ସତର୍କ ଘଣ୍ଟି ।

Comments are closed.