Latest Odisha News

BREAKING NEWS

ତିଳକ ବର୍ମାଙ୍କ ଟି୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ, କିଏ ହେବେ ବଦଳ ଖେଳାଳି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଟିମ ଇଣ୍ଡିଆର ପ୍ରସ୍ତୁତି ଠିକ ବାଟେ ଚାଲିଥିବା ବେଳେ ଦଳର ମ୍ୟାଚ ବିଜେତା ଖେଳାଳି ତିଳକ ବର୍ମା ହଠାତ ଅସୁସ୍ଥ ହୋଇ ପଡିଥିଲେ । ବିଜୟ ହଜାରେ ଟ୍ରଫି ଖେଳିବା ଅବସରରେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରେ ଟେଷ୍ଟିକୁଲାର ଟର୍ଶନ ସମସ୍ୟାରେ ସେ ପଡିଥିବା ଜଣା ପଡିଥିଲା । ଡାକ୍ତର ସଙ୍ଗେ ସଙ୍ଗେ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ଅସ୍ତ୍ରୋପଚାର ହେବା ପରେ ସେ ଟି୨୦ ବିଶ୍ୱକପ ଖେଳିବେ କି ନାହିଁ ସେ ନେଇ ସଂଶୟ ରହିଛି । ସେ ଏବେ ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ୩ଟି ମ୍ୟାଚରୁ ବାଦ ପଡି ସାରିଛନ୍ତି ।

ଯଦି ସେ ବିଶ୍ୱକପ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ ନ ହେବେ ତେବେ ତାଙ୍କ ସ୍ଥାନରେ ଶ୍ରେୟାଶ ଆୟାର, ଶୁଭମନ ଗିଲ ଓ ରିତୁରାଜ ଗାଏକ୍ୱାଡଙ୍କ ମଧ୍ୟରେ ଜଣଙ୍କୁ ସାମିଲ କରାଯାଇପାରେ । ତେବେ ଏମାନଙ୍କ ମଧ୍ୟରେ ଶ୍ରେୟାଶଙ୍କ ପଲ ଭାରୀ ରହିଛି । ଟି୨୦ ଫର୍ମାଟରେ ଶୁଭମନଙ୍କ ପ୍ରଦର୍ଶନ ସେ ଭଳି ଉତ୍ସାହଜନକ ରହି ନାହିଁ । ରିତୁରାଜ ଏବେ ଭଲ ଫର୍ମରେ ଥିଲେ ମଧ୍ୟ ତାଙ୍କୁ ଶ୍ରେୟାଶଙ୍କ କଡା ସଂଘର୍ଷ କରିବାକୁ ପଡିବ ।

Leave A Reply

Your email address will not be published.