Latest Odisha News

ମାତିଛନ୍ତି କାଠ ମାଫିଆ, ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

ମୟୂରଭଞ୍ଜ: ବଢିଚାଲିଛି କାଠ ମାଫିଆଙ୍କ ରାଜ୍। ବେଧଡକ ଚାଲିଛି ବେଆଇନ କାଠ ବ୍ୟବସାୟ। କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଡକେଇପାଳ ହାଣ୍ଡିଫୁଟା ଗ୍ରାମ୍ୟ ରାସ୍ତାରୁ ପିକଅପ ଭ୍ୟାନ ସହିତ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ବନବିଭାଗ।

କୌଣସି ସୂତ୍ରରୁ ଖବର ପାଇ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ କାଠ ବୋଝେଇ ହୋଇ ଯାଉଥିବା ପିକଅପ୍‌ ଭ୍ୟାନ୍‌ରେ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରିଛନ୍ତି। ବନବିଭାଗ କର୍ମଚାରୀଙ୍କୁ ଦୂରରୁ ଦେଖି ଡ୍ରାଇଭର ଓ ମାଫିଆ ଗାଡ଼ି ଛାଡି ଫେରାର ହୋଇଯାଇଛନ୍ତି।

ସୂଚନା ଥାଉକି ଗତ ଏକ ସପ୍ତାହ ମଧ୍ୟରେ କରଞ୍ଜିଆ ବନଖଣ୍ଡର ବିଭିନ୍ନ ସ୍ଥାନରୁ କାଠ ବୋଝେଇ ପିକଅପ ଜବତ କରିଛି ବନବିଭାଗ। ସେହିପରି ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଆସିବା ପରେ କାଠ ମାଫିଆଙ୍କ ଉପରେ କଡା ନଜର ରଖାଯାଇଛି। ଫଳରେ ଠାକୁରମୁଣ୍ଡା ବନାଞ୍ଚଳରେ ତିନି ଦିନରେ ଦୁଇଟି କାଠ ବୋଝେଇ ପିକଅପ ଜବତ ହୋଇଛି। ଠାକୁରମୁଣ୍ଡା ରେଞ୍ଜ ମାମଲା ରୁଜୁ କରି ତଦନ୍ତ କରୁଛି ବନବିଭାଗ।

Comments are closed.