Latest Odisha News

ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍ ଟିକେଟ

ନୂଆଦିଲ୍ଲୀ: ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍‌ ଟିକେଟର ଆଡଭାନ୍ସ ବୁକିଂ । ଏବେ ୧୨୦ ଦିନ ପୂର୍ବରୁ ନୁହେଁ ୬୦ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିବା ପାଇଁ ସମୟ ସୀମା ହ୍ରାସ କଲା ରେଲୱେ ବିଭାଗ । ଆଉ ୪ ମାସ ନୁହେଁ ,ଏଣିକି ୨ ମାସ ପୂର୍ବରୁ ଟିକେଟ କରିବା ନେଇ ଏକ ଚିଠି ଜାରି କରି ସୂଚନା ଦେଇଛି ରେଲୱେ ବୋର୍ଡ ।

ତେବେ ପୂର୍ବରୁ ଟ୍ରେନରେ ଆଡଭାନ୍ସ ବୁକିଂ ପାଇଁ ସମୟ ସୀମା ୪ ମାସ ପୂର୍ବରୁ ରହିଥିବା ବେଳେ ଆସନ୍ତା ନଭେମ୍ବର ପହିଲା ଠାରୁ ଏହାର ସମୟ ସୀମା ୨ ମାସ ରହିବ । ତେବେ ଦିନ ସମୟରେ ଚାଲୁଥିବା ଟ୍ରେନ୍ ଯଥା, ତାଜ୍ ଏକ୍ସପ୍ରେସ୍, ଗୌମତି ଏକ୍ସପ୍ରେସରେ ଟିକେଟ ବୁକିଂ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ । ସେଠି ଆଡଭାନ୍ସ ବୁକିଂ ସଙ୍ଗେ ସଙ୍ଗେ କରିପାରିବେ ।  ଏଥିସହିତ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ  ୩୬୫ ଦିନର ଯେଉଁ ସମୟ ସୀମା ରହିଥିଲା ସେଥିରେ ମଧ୍ୟ କିଛି ପରିବର୍ତ୍ତନ ହେବ ନାହିଁ ।

Leave A Reply

Your email address will not be published.