Latest Odisha News

BREAKING NEWS

ଶ୍ରୀମନ୍ଦିରର ଧ୍ୱଜା ବନ୍ଧା ସମୟରେ ହେଲା ପରିବର୍ତ୍ତନ, ଜାଣନ୍ତୁ କାହିଁକି

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜିଟିଏ) ପକ୍ଷରୁ ମନ୍ଦିରର ଧ୍ୱଜା ବନ୍ଧା ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ଏହି ଧ୍ୱଜା ବନ୍ଧା ନୀତି କରାଯିବ ।

ଶୀତ ଦିନ ପାଖେଇ ଆସୁଥିବାରୁ ଏସଜିଟିଏ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପୂର୍ବରୁ ଶ୍ରଦ୍ଧାଳୁମାନେ ଏସଜିଟିଏ ନିକଟରେ ଅପରାହ୍ନ ୪ଟା ବେଳେ ଧ୍ୱଜା ଦାଖଲ କରିବା ପରେ ପାଖାପାଖି ଅପରାହ୍ନ ୫ଟା ବେଳକୁ ନୀଳଚକ୍ରରେ ବାନ୍ଧୁଥିଲେ ।

ପରିବର୍ତ୍ତିତ ସମୟାନୁଯାୟୀ ଶ୍ରଦ୍ଧାଳୁମାନେ ଏସଜିଟିଏ ନିକଟରେ ଅପରାହ୍ନ ୩ଟା ବେଳେ ଧ୍ୱଜା ଦାଖଲ କରିବା ପରେ ଯାଇ ଅପରାହ୍ନ ୪ଟା ବେଳକୁ ଏହା ବନ୍ଧାଯିବ ।

Leave A Reply

Your email address will not be published.