Latest Odisha News

ଏହି ୬ଟି କଥା ମାନି ଚାଲିଲେ ସମ୍ପର୍କ ହେବ ଦୀର୍ଘଜୀବୀ !

ଭୁବନେଶ୍ୱର: ପ୍ରକୃତ ପ୍ରେମର ଅର୍ଥ ଏକାଠି ବୁଲିବା ,ଉପହାର ଦେବା କିମ୍ବା ସପିଙ୍ଗ୍ କରିବାରେ ସୀମିତ ନଥାଏ । ପ୍ରକୃତ ପ୍ରେମର ଶାଶ୍ୱତତା ପରସ୍ପରକୁ ବୁଝିବା, ଖୁସିରେ ସମୟ କାଟିବ, ପରସ୍ପର ପ୍ରତି ସମ୍ମାନ ଓ ବିଶ୍ୱାସରେ ଲୁଚି ରହିଥାଏ। ତେବେ ଆପଣ ଯଦି ଏକ ମଧୁର ଓ ଆଜୀବନ ସମ୍ପର୍କରେ ନିଜକୁ ବାନ୍ଧି ରଖିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଧ୍ୟାନରେ ରଖନ୍ତୁ ଏହିସବୁ କଥା…

ଅତ୍ୟଧିକ ଆଶା:

ନିଜ ପାର୍ଟନରଙ୍କୁ ନେଇ ଆମେ ବହୁଥର ବହୁତ ସ୍ବପ୍ନ ଦେଖିଥାଉ। ସମସ୍ତେ ଚାହାନ୍ତି ତାଙ୍କ ପାର୍ଟନର୍ ରୂପରେ ଗୁଣରେ ଅନ୍ୟଠାରୁ ଭଲ ହୋଇଥାଆନ୍ତୁ। ଆହୁରି ମଧ୍ୟ ଆମ ପାର୍ଟନର ସର୍ବଦା ଆମ କଥା ମାନି ଚାଲୁ ଏମିତି ଧାରଣା ମଧ୍ୟ ମନ ମଧ୍ୟକୁ ଆସିଥାଏ। ତେବେ ଆମେ ଜାଣି ରଖିବା ଦରକାର ପ୍ରତ୍ୟେକ ବ୍ୟକ୍ତିର ନିଜର ବ୍ୟକ୍ତିତ୍ୱ ରହିଛି । ଯାହାକୁ ବଦଳାଇବାକୁ ଚେଷ୍ଟା କରିବା ମଧ୍ୟ ଠିକ ନୁହେଁ। ଏହାଦ୍ୱାରା ମତଭେଦ ସୃଷ୍ଟ ହୁଏ । ନିଜ ପାର୍ଟନର ଯେଉଁଭଳି ତାଙ୍କୁ ସେହିଭଳି ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ । ଦେଖିବେ ଧୀରେଧୀରେ ଆପଣ ତାଙ୍କ ସହ ଖୁସିରେ ରହିବ ଆରମ୍ଭ କରିବେ ।

ସାର୍ବଜନୀନ ସ୍ଥାନରେ ଶାଳୀନତା ରକ୍ଷା କରନ୍ତୁ:

ରାଗ ହେଉ କିମ୍ବା ଭଲପାଇବା । ଏହାକୁ ଆପଣ ଦୁଇ ଜଣଙ୍କ ମଧ୍ୟରେ ସୀମିତ ରଖନ୍ତୁ ।

ନିଜ ପ୍ରେମ ଓ ରାଗକୁ ସର୍ବସମ୍ମୁଖରେ ନଦେଖାଇ ଏକାନ୍ତରେ ନିଜ ପାର୍ଟନର ସହ ସେୟାର କରନ୍ତୁ । ଏହାଦ୍ୱାରା ଉଭୟଙ୍କ ସମ୍ମାନ ବଜାଇ ରହିବ ।

ପାର୍ଟନରକୁ ସ୍ୱାଧୀନତା ଦିଅନ୍ତୁ:

ଯଦି ଆପଣ ଏହା ଚାହୁଁଛନ୍ତି ଯେ ଆପଣଙ୍କ ପାର୍ଟନର୍ ସବୁ ସମୟ ଏବଂ ଧ୍ୟାନ ଆପଣଙ୍କୁ ଦିଅନ୍ତୁ ତେବେ ଆପଣ ଭୁଲ୍ କରୁଛନ୍ତି।

ଆପଣଙ୍କୁ ବୁଝିବା ଦରକାର ଯେ ଆପଣଙ୍କ ପାର୍ଟନରଙ୍କର ମଧ୍ୟ ନିଜର ଏକ ସାମାଜିକ ଜୀବନ ରହିଛି। ତାଙ୍କ ଜୀବନରେ ମଧ୍ୟ ଅନେକ ଲୋକ ଅଛନ୍ତି। ଯେପରି ଆପଣଙ୍କୁ ନିଜର ସାଙ୍ଗସାଥୀମାନଙ୍କ ସହ ବୁଲିବାର ଏବଂ ପାର୍ଟି କରିବାର ସଉକ ରହିଛି ସେହିପରି ତାଙ୍କର ମଧ୍ୟ ସେଇ ସଉକ ଥିବ । ପରସ୍ପର ପରସ୍ପରକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରନ୍ତୁ ।

ତୁଳନା କରନ୍ତୁ ନାହିଁ:

କେବେ ମଧ୍ୟ ନିଜ ପାର୍ଟନରଙ୍କ ତୁଳନା ଅନ୍ୟ କାହାସହ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ। ଆପଣଙ୍କ ପାର୍ଟନରଙ୍କ ଯେଉଁ ସବୁ ଭଲଗୁଣ ରହିଛି ତାକୁ ଚିହ୍ନନ୍ତୁ । ପରସ୍ପର ପ୍ରତି ସଚ୍ଚୋଟତା ବଜାଇ ରଖନ୍ତୁ ।

ଅହଙ୍କାର ତ୍ୟାଗ କରନ୍ତୁ:

ଯେଉଁଠି ପ୍ରେମ ରହିଛି, ସେଇଠି ଅହଙ୍କାରର କୌଣସି ସ୍ଥାନ ନାହିଁ। ଝଗଡ଼ା ସମସ୍ତ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଥାଏ । କୁହାଯାଏ ଝଗଡ଼ା ବିନା ପ୍ରେମ ଅସମ୍ପୂର୍ଣ୍ଣ। ତେବେ କୌଣସି କାରଣରୁ ଆପଣଙ୍କର ପାର୍ଟନର ସହ ଝଗଡ଼ା ହୋଇ ଯାଇଥିଲେ ତାଙ୍କୁ ଅପେକ୍ଷା ନକରି ନିଜ ଆଡୁ ପ୍ରଥମେ ଭୁଲ ମାଗି ନିଅନ୍ତୁ। ଦେଖିବେ ସବୁ ଠିକ ହୋଇଯିବ ।

                                               ଭରସା କରନ୍ତୁ:

ସମ୍ପର୍କ ଭରସା ଏବଂ ବିଶ୍ବାସ ଯୋଗୁଁ ହିଁ ଚାଲିଥାଏ ଏବଂ ଆଗକୁ ମଧ୍ୟ ବଢାଇଥାଏ। କୌଣସି କଥା ଥିଲେ ଠିକ ସମୟ ଦେଖି ପାର୍ଟନରଙ୍କୁ ଖୋଲାଖୋଲି ପଚାରନ୍ତୁ । ଅଯଥା ସନ୍ଦେହ କିମ୍ବା ଗୁଇନ୍ଦା ଗିରି କରନ୍ତୁ ନାହିଁ।

Comments are closed.