Latest Odisha News

BREAKING NEWS

ଏକ ଭଲ ରିଜ୍ୟୁମ୍ ତିଆରି ପାଇଁ ଏହି ସବୁ ପ୍ରତି ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: କୌଣସି ଚାକିରୀ ପାଇଁ ଆବେଦନ କଲାବେଳେ ରିଜ୍ୟୁମ୍ ଆମକୁ ଉପସ୍ଥାନ କରେ । ରିଜ୍ୟୁମ୍ ଆଧାରରେ ହିଁ ଇଣ୍ଟର୍‌ଭ୍ୟୁ ପାଇଁ କଲ୍ ଆସିଥାଏ । ସେଥିପାଇଁ ରିଜ୍ୟୁମ୍ ତିଆରି କଲାବେଳେ ବିଶେଷ ଧ୍ୟାନ ଦେବା ଦରକାର ।

ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଟିପ୍ସ୍‌:-

-ପ୍ରଥମତଃ ରିଜ୍ୟୁମ୍‌କୁ ଛୋଟ ରଖିବାକୁ ଚେଷ୍ଟା କରନ୍ତୁ । ଯେପରି ଏହା ୨ପୃଷ୍ଠା ମଧ୍ୟରେ ସୀମିତ ରହିବ ।
-ରିଜ୍ୟୁମ୍‌କୁ ଛୋଟ ଛୋଟ ଶିରୋନାମାରେ ବିଭକ୍ତ କରନ୍ତୁ । ଯେପରି ନିଜର କାମର ଅନୁଭବ, ଯୋଗ୍ୟତା, ଦକ୍ଷତା ଆଦି ଶିରୋନାମା ରଖନ୍ତୁ । ନିଜର ଯୋଗ୍ୟତାକୁ କ୍ରମାନୁସାରେ ସଂକ୍ଷିପ୍ତରେ ଲେଖନ୍ତୁ । ଯେପରି ସହଜରେ ବୁଝି ହେଉଥିବ ।
-ରିଜ୍ୟୁମ୍ ତିଆରି କଲାବେଳେ ଫଣ୍ଟ୍‌ର ବ୍ୟବହାର ସବାଧନତା ସହ କରନ୍ତୁ । ଫ୍ରମାଲ୍ ଫଣ୍ଟ୍ ର ବ୍ୟବହାର କରନ୍ତୁ । ଆକର୍ଷଣ କରିବା ଲକ୍ଷ୍ୟରେ ଅତିରଞ୍ଜିତ ଅକ୍ଷର ବ୍ୟବହାର କରନ୍ତୁ ନାହିଁ ।
-ନିଜର ଦକ୍ଷତା ବିଷୟରେ ଲେଖିବାବେଳେ ଆପଣ ଯେଉଁଥିରେ ଅଧିକ ନିଖୁଣ ପ୍ରଥମେ ତାହା ଲେଖନ୍ତୁ । ତାପରେ ଅନ୍ୟ ସବୁ ପଏଣ୍ଟକୁ କ୍ରମରେ ଲେଖନ୍ତୁ ।
-ଆଜିକାଲି ସମସ୍ତ କାମରେ କମ୍ପ୍ୟୁଟର ଜ୍ଞାନ ଆବଶ୍ୟକତା ରହିଛି । ତେଣୁ କମ୍ପ୍ୟୁଟର କୋର୍ସ କରିଥିଲେ ସେହି ବିଷୟରେ ନିହାତି ଉଲ୍ଲେଖ କରନ୍ତୁ ।
-ଆପଣଙ୍କ ରିଜ୍ୟୁମ୍ ଆକର୍ଷଣ ହେଉ ଅବା କି ନାହିଁ ପ୍ରଥମେ ସେଥିରେ କୌଣସି ତ୍ରୁଟି ନରହୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ବିଶେଷ କରି ବନାନ ଓ ତଥ୍ୟ ଯେପରି ଭୁଲ୍ ନହୁଏ ।
-ଯଦି ପୂୂର୍ବରୁ ଅନ୍ୟ ସଂସ୍ଥାରେ କାମ କରିଛନ୍ତି ମାତ୍ର କିଛି ଦିନ ପାଇଁ କିମ୍ବା ସେହି ଚାକିରୀରୁ ବିତାଡିତ ହୋଇଛନ୍ତି; ସେଭଳି ପରିସ୍ଥିତିରେ ସେ ସଂସ୍ଥାନ ବିଷୟରେ କଦାପି ରିଜ୍ୟୁମ୍‌ରେ ଉଲ୍ଲେଖ କରନ୍ତୁ ନାହିଁ । ଏପରି କଲେ ଇଣ୍ଟର୍‌ଭ୍ୟୁୟରଙ୍କ ମନରେ ଆପଣଙ୍କ ପ୍ରତି ନାକାରାତ୍ମକ ଚିନ୍ତାଧାରା ଉତ୍ପନ ହେବ ।
-ସର୍ବଦା ରିଜ୍ୟୁମ୍‌କୁ ସାଧାରଣ ରଖନ୍ତୁ । କ୍ରିଏଟିଭ୍ କରିବା ଆଶାରେ ଅତ୍ୟଧିକ ରଙ୍ଗର ବ୍ୟବହାର କରନ୍ତୁ ନାହିଁ ।
-ବିଭିନ୍ନ ପଦବୀ ପାଇଁ ବିଭିନ୍ନ ସ୍କିଲ୍‌ର ଆବଶ୍ୟକତା ପଡିଥାଏ । ପଦବୀ ହିସାବରେ ରୁଜ୍ୟମ୍ ବନାନ୍ତୁ । ସେଥିପାଇଁ ବେଳେ ରିଜ୍ୟୁମ୍‌ରେ କିଛି ପରିବର୍ତ୍ତନ କରିବାକୁ ପଡିଥାଏ ।

Leave A Reply

Your email address will not be published.