Latest Odisha News

BREAKING NEWS

ଦିଲ୍ଲୀ ଭଳି ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀ ସବୁଠାରୁ ପ୍ରଦୂଷଣ ଜନିତ ସହର ଭାବେ ପରିଗଣିତ ହୋଇସାରିଛି । ୱାର୍ଲଡ ହେଲଥ ଅର୍ଗାନାଇଜେସନ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର । ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଅତି ସଙ୍କଟଜନକ । ତେବେ ଦୀପାବଳି ପରର ଅବସ୍ଥା ନକହିବା ଭଲ ।

ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । କେବଳ ଦିଲ୍ଲୀ ନୁହେଁ ଏବେ ଦେଶର ଅନେକ ସହର ପ୍ରଦୁଷିତ ହେବାରେ ଲାଗିଛି । ବାୟୁ ପ୍ରଦୂଷଣ ଦ୍ୱାରା ଆସ୍ଥମା, ଚର୍ମ ରୋଗ, କାଶ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଧୁଆଁ ଯୋଗୁଁ ହୃଦଘାତ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ବାୟୁ ପ୍ରଦୂଷଣ ହେବ ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ତଥ୍ୟ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁଁ ମାନସିକ ରୋଗ ମଧ୍ୟ ଦେଖାଦେଇଥାଏ ।

ଏହି ପ୍ରଦୂଷଣରୁ ନିଜକୁ ମୁକ୍ତ ରଖିବାର ସହଜ ଉପାୟ ହେଲା ବାହାରେ ଅଧିକ ସମୟ ନରହିବା ବା ବାହାରେ ଅଧିକ ସମୟ ବୁଲାବୁଲି ନକରିବା । ତେବେ ଏହାର କିଛି ଘରୋଇ ଉପଚାର ମଧ୍ୟ ରହିଛି ।

ଆସନ୍ତୁ ଜାଣିବା ସେସବୁ କଣ :

୧. ଗୋଟିଏ ଗ୍ଲାସ ପାଣିରେ ୫ଟା ରୁ ୬ଟା ତୁଳସୀ ପତ୍ର ପକାଇ, ଏକ ଇଞ୍ଚ ଅଦାକୁ ଛେଚି ଏବଂ ଅଳ୍ପ ଗୁଡ ମିଶାଇ ପାଣିକୁ ଭଲ ଭାବେ ଫୁଟାଇଦେବେ । ଏହି ମିଶ୍ରଣକୁ ୫ମିନିଟ ଯାଏଁ ଫୁଟାଇବେ ।ଏହାପରେ ପାଣି ଉଷୁମ ଥିବାବେଳେ ପିଇଦେବେ । ଏହା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ବୃଦ୍ଧି ପାଇଥାଏ ।

୨. ଗୋଟିଏ ଗ୍ଲାସ ପାଣିରେ ତୁଳସୀ ପତ୍ର ଫୁଟାଇ, ଲୁଣ, ଲେମ୍ବୁ ଏବଂ ମହୁ ମିଶାଇ ପିଇଲେ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ସଫା ହୋଇଯାଇଥଏ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସହଜ ହୋଇଥାଏ ।

୩. କ୍ଷୀରରେ ଅଳ୍ପ ହଳଦୀ ମିଶାଇ ପିଇଲେ ଶରୀର ସୁସ୍ଥ ରହିଥାଏ ।ଏହା ଉଭୟ ଛୁଆ ଏବଂ ବୃଦ୍ଧଙ୍କ ପାଇଁ ଉପଯୋଗୀ ଅଟେ । ଏହାର ବହୁ ଔଷଧୀୟ ଗୁଣ ରହିଛି । କ୍ଷୀରରେ କେଇ ବୁନ୍ଦା ଘିଅ, ଅଳ୍ପ ଟିକେ ଅଦା, ଅଳେଇଚ, ତୁଳସୀ ପତ୍ର, ଗୋଟିଏ ଲବଙ୍ଗ ଏବଂ ଚିମୁଟେ ହଳଦୀ ପକେଇ ଫୁଟେଇଦେବେ । ଏହା ପରେ ଏଥିରେ ଟିକେ ମହୁ ମିଶାଇ ପିଇଦେବେ ।

ଡାକ୍ତରଙ୍କ କହିବାନୁଯାୟୀ ବାୟୁ ପ୍ରଦୂଷଣ ଏବଂ ଧୁଆଂ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଥାଏ । ଫୁସଫୁସରେ ମଇଳା ଜମି ରହିବା ଫଳରେ ଏଭଳି ସମସ୍ୟା ଦେଖାଦେଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଭିଟାମିନ-ଇ, ଓ଼ମେଗା-୩ ଏବଂ ପ୍ରଚୁର ପରିମାଣରେ ଏଣ୍ଟି-ଅକ୍ସିଡେଣ୍ଟ ଥିବା ଖାଦ୍ୟ ଖାଇବା ଉଚିତ ।

Leave A Reply

Your email address will not be published.