Latest Odisha News

ଗ୍ରୀଷ୍ମରେ ସ୍କିନ୍‌ ଆଲର୍ଜି ସମସ୍ୟାରୁ କିପରି ପାଇବେ ଆରାମ୍? ଜାଣନ୍ତୁ ଘରୋଇ ଉପଚାର…

ନୂଆଦିଲ୍ଲୀ: ଖରାଦିନେ ଝାଳ ବୋହିବା ସ୍ୱାଭାବିକ କଥା । ଆଉ ଏହି ସମୟରେ କିଛି ଲୋକଙ୍କ ଝାଳ ବୋହିବା ଦ୍ୱାରା ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ । ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ପାଉଡର ଆଣି ଲଗାଇଥାନ୍ତି ।

ଅନେକ ଲୋକଙ୍କ ଘିମିରି ତା କାହାର ଦେହରେ ହାଲୁକା ନାଲି ନାଲି ଦାଗ ଏବଂ କାହାର କୁଣ୍ଡେଇ ହୋଇ ନାଲି ବଥ ମଧ୍ୟ ପଡି ହୋଇଯାଇ ଆଉ କେତେକଙ୍କ ଚର୍ମ କଳା ପଡିବା, ଚର୍ମ ଶୁଷ୍କ ହେବା ଭଳି ସମସ୍ୟା ଦେଖାଦିଏ । କିନ୍ତୁ ଜାଣନ୍ତି କି, ଏମିତି କିଛି ସହଜ ଘରୋଇ ଉପାୟ ରହିଛି; ଯାହାକୁ ବ୍ୟବହାର କରି ଏହିସବୁ ସ୍କିନ୍‌ ଆଲର୍ଜିରୁ ସୁବିଧାରେ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା…

ଆଲର୍ଜି ସ୍ଥାନରେ ବରଫ ଖଣ୍ଡ ଏକ କପଡ଼ାରେ ଗୁଡ଼ାଇ ଧୀରେ ଧୀରେ ମାଲିସ୍‌ କରନ୍ତୁ ଏହା କରିବା ଦ୍ବାରା କେତେକାଂଶରେ ମୁକ୍ତି ମିଳେ ।
ସେହିପରି ନଡ଼ିଆ ତେଲରେ କିଛି କର୍ପୂରକୁ ଗୁଣ୍ଡ କରି ପକାଇବେ, ପରେ ସେହି ମିଶ୍ରଣକୁ ପ୍ରଭାବିତ ହୋଇଥିବା ସ୍ଥାନରେ ଦିନକୁ ଦୁଇଥର ଲଗାଇଲେ ସ୍କିନ୍‌ ରାଶେଶ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ।

ମହୁ ଚର୍ମ ପାଇଁ ଅନେକ ଦିଗରେ ଲାଭଦାୟକ । ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଚର୍ମ ଆଲର୍ଜି ଏବଂ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ । ଏହା ଆଲର୍ଜି ଯୋଗୁଁ ହେଉଥିବା ରାସେଶକୁ କମ କରିବା ସହିତ, କୁଣ୍ଡାଇବା ଏବଂ ଲାଲପଣରୁ ମଧ୍ୟ ମୁକ୍ତି ଦିଏ । ଏହା ଏକ ହ୍ୟୁମେକ୍ଟାଣ୍ଟ ଭାବରେ ମଧ୍ୟ କାମ କରେ ଏବଂ ଦାଗ ହୋଇଥିବା ଚର୍ମକୁ କିଛି ସମୟ ମଧ୍ୟରେ ଆରମା ଦେଇଥାଏ ।

ସତେଜ ଘିକୁଆଁରୀ ଖଣ୍ଡେ ଆଣି ତା’ ଭିତରର ଲାଳ ଅଂଶକୁ କାଢି ସ୍କିନ୍‌ର ଯେଉଁ ଅଂଶରେ ଆଲର୍ଜି ହୋଇଛି ସେଠାରେ ଲଗାଇବେ ଓ କିଛି ସମୟ ପରେ ଧୋଇଦେବେ । ଏମିତି କିଛିଦିନ କଲେ ଦେଖିବେ ଆଲର୍ଜି ସମସ୍ୟା କମିଯିବ । ଲେମ୍ବୁ ଓ ହଳଦୀର ରସ କୁ ମିଶାଇ ଘିମିରିରେ ଲଗାଇବା ଦ୍ବାରା ମଧ୍ୟ ଘିମିରି ଭଲ ହୋଇଯାଇଥାଏ ।

ସାଧାରଣତଃ ତରଭୁଜ ଖାଇବା ପରେ ତାର ଧଳା ଭାଗକୁ ଆମେ ଫୋପାଡି ଦେଇଥାଉ । କିନ୍ତୁ ଏହାକୁ ଫୋପାଡି ନଦେଇ ଦେହରେ ଲଗାଇ ମସାଜ୍ କରିବା ଦ୍ୱାରା ଦେହ ସୁନ୍ଦର ଦେଖାଯିବା ସହିତ ଦେହରେ କୌଣସି ଚିହ୍ନ ରହିନଥାଏ ।

ଘିମିରି ହୋଇଥିବା ସ୍ଥାନରେ ପଇଡପାଣି ଓ ଲେମ୍ବୁ ପାଣି ଲଗାଇବା ଦ୍ଵାରା ଘିମିରି ର ଦାଗ ଲିଭିଯିବା ସହ ଚର୍ମର ସୋନ୍ଦର୍ଯ୍ୟ ଦ୍ଵିଗୁଣିତ ହୋଇଥାଏ । ତ୍ବଚାର ଚମକ ମଧ୍ୟ ବଢିଥାଏ ।

ଆପଲ୍ ସାଇଡର୍ ଭିନେଗାରରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟି-ଇରିଟାଣ୍ଟ ଗୁଣ ଅଛି ଯାହା ଆଲର୍ଜିକୁ କମ କରିଥାଏ । ଏଗୁଡ଼ିକ କୁଣ୍ଡାଇବା କମ କରେ ଏବଂ ଚର୍ମକୁ ମଇଶ୍ଚରାଇଜ କରି ଆରାମ ଦିଏ । ଏହାକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ ଏବଂ କିଛି ସମୟ ପାଇଁ ଛାଡି ଦିଅନ୍ତୁ । କିଛି ମିନିଟ୍ ପରେ ଧୋଇ ଦିଅନ୍ତୁ । ଭଲ ଫଳାଫଳ ପାଇଁ ଏହାକୁ ଦିନକୁ ଦୁଇଥର ଲଗାନ୍ତୁ ।

 

Comments are closed.