Latest Odisha News

BREAKING NEWS

ରିଲିଜ ହେଲା ଫିଲ୍ମ ଟିପୁର ଟିଜର

ମୁମ୍ବାଇ: ଦି କେରଳ ଷ୍ଟୋରୀ ପରେ ଆଉ ଏକ ବିବାଦୀୟ ଫିଲ୍ମ ଟିପୁର ଟିଜର ରିଲିଜ ହୋଇଛି । ମହୀଶୁରର ଟିପୁ ସୁଲତାନଙ୍କ ଉପରେ ଏହି ଫିଲ୍ମ ଆଧାରିତ । ଏଥିରେ ହିନ୍ଦୁଙ୍କ ପ୍ରତି ଟିପୁଙ୍କ ବର୍ବରତା ଦର୍ଶାଯାଇଛି । ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଏ ନେଇ ବିବାଦ ଦୃଷ୍ଟି ହେବାରେ ଲାଗିଛି । ଟିଜରରେ ପ୍ରଥମେ ଟିପୁଙ୍କ ହିନ୍ଦୁ ବିରୋଧୀ ହେବା ନେଇ ବଳିଷ୍ଠ ପ୍ରମାଣ ଯୋଗାଇବାକୁ ମେକର୍ସ ଉଦ୍ୟମ କରିଛନ୍ତି । ଟିପୁ ସୁଲତାନଙ୍କ ଭୂମିକା କରୁଥିବା ଅଭିନେତାଙ୍କ ଚେହେରାକୁ ବିକୃତ କରାଯାଇଛି । ଟିପୁ ସୁଲତାର ଜଣେ ବାହାଦୂର ଥିଲେ ବୋଲି ଯେଉଁ ପ୍ରଚାର କରାଯାଇଛି ତାହା ମିଥ୍ୟା ।

ପରବର୍ତୀ ପିଢ଼ୀ ତାଙ୍କର ପ୍ରକୃତ ଚେହେରା ଦେଖିବା ପାଇଁ ଆମେ ଏହି ଉଦ୍ୟମ କରିଛୁ ବୋଲି ମେକର୍ସ ସନ୍ଦୀପ ସିଂ ଓ ରଶ୍ମି ଶର୍ମା କହିଛନ୍ତି । ୮ ହଜାର ମନ୍ଦିର ଧ୍ୱଂସ କରିବାଠାରୁ ଆରମ୍ଭ କରି କିପରି ବ୍ରାହ୍ମଣମାନଙ୍କୁ ହତ୍ୟା କରାଯାଇଥିଲା ତାହା ଏଥିରେ ଦର୍ଶାଯାଇଛି । ଟିଜର ରିଲିଜ ହେବା ପରେ କେହି ଏହାକୁ ପ୍ରପୋଗାଣ୍ଡା ଫିଲ୍ମ କହୁଥିବା ବେଳେ ଅନ୍ୟମାନେ ମେକର୍ସଙ୍କ ସାହାସ ଓ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Comments are closed.