Latest Odisha News

BREAKING NEWS

ତିରୁପତି ବାଲାଜୀ ମନ୍ଦିରରେ ପୂଜାରୀଙ୍କ ସମେତ ୧୪୦ କରୋନା ପଜିଟିଭ୍

ଆନ୍ଧ୍ରପ୍ରଦେଶ: ତିରପତି ବାଲାଜୀ ମନ୍ଦିରରୁ ଚିହ୍ନଟ ହୋଇଛନ୍ତି ୧୪୦ ଜଣ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ଅଛନ୍ତି ୧୪ ପୂଜାରୀ । ତଥାପି ମନ୍ଦିର ବନ୍ଦ କରିବାକୁ ମନା କରିଛି ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡ ।

ଟିଟିଡି ବୋର୍ଡ କହିଛି ବାଲାଜୀ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ । ବନ୍ଦ ନେଇ ଏବେ କୌଣସି ଯୋଜନା ନାହିଁ । ଯେଉଁ ଶ୍ରଦ୍ଧାଳୁଙ୍କ ପାଖରେ କରୋନା ଭାଇରସ ଲକ୍ଷଣ ନାହିଁ ସେମାନଙ୍କୁ ମନ୍ଦିର ପ୍ରବେଶରେ ଅସୁବିଧା ନାହିଁ ।

କରୋନା ସଂକ୍ରମିତଙ୍କ ଭିତରେ ଅଧିକାଂଶ ହେଉଛନ୍ତି ମନ୍ଦିରରେ କାର୍ଯ୍ୟରତ ଆନ୍ଧ୍ରପ୍ରଦେଶ ପୋଲିସର କର୍ମଚାରୀ । ପଜିଟିଭ୍ ଚିହ୍ନଟ ପରେ ବରିଷ୍ଠ ସେବାୟତଙ୍କୁ ମନ୍ଦିର କାମରେ ନିୟୋଜିତ କରା ଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.