Latest Odisha News

BREAKING NEWS

ସୋପିଆନରେ ସେନା ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୂଚନାନୁଯାୟୀ, ଜମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାର ଅମଶିପୋରା ଅଞ୍ଚଳରେ ପୋଲିସ, ସେନା, ସିଆରପିଏଫ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । କିଛି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ପରବର୍ତ୍ତୀ ସମୟରେ ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ମାନେ ଏକ ସର୍ଚ୍ଚ ଅପରେସନ ଜାରି କରିଥିଲେ ।

ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହୋଇଥିଲା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି ।

ତେବେ ଆତଙ୍କବାଦୀ ମାନଙ୍କର ପରିଚୟ ସ୍ପଷ୍ଟ ହୋଇନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.