Latest Odisha News

BREAKING NEWS

ତିରୁପତିଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି, ଦିନକରେ କୋଟିଏ ଟଙ୍କା ଦାନ ବାବଦକୁ ମିଳିଲା

ହାଇଦ୍ରାବାଦ: କୋଭିଡ-୧୯ କଟକଣା ନିୟମାବଳୀ ଅନୁସାରେ ତିରୁପତି ବାଲାଜୀ ମନ୍ଦିର ଖୋଲାଯାଇଛି । ଦିନକୁ ଦିନ ଦର୍ଶନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ଗୋଟିଏ ଦିନରେ ୧୫ହଜାର ଶ୍ରଦ୍ଧାଳୁ ତାଙ୍କ ପ୍ରିୟ ଭଗବାନଙ୍କ ନିକଟତର ହୋଇପାରୁଛନ୍ତି । ସେହିପରି ଦାନର ପରିମାଣ ମଧ୍ୟ ବୃଦ୍ଧି ପାଉଛି । ବୁଧବାର ୧ କୋଟିରୁ ଊର୍ଦ୍ଧ୍ୱ ଦାନ ବାବଦକୁ ମିଳୁଛି ।

୨୮ ଅଗଷ୍ଟ ପରଠାରୁ ଏହା ନିୟମିତ ବଢ଼ିବାରେ ଲାଗିଛି । ପୂର୍ବରୁ ମନ୍ଦିର ଟ୍ରଷ୍ଟର ୭୫୦ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ପୂର୍ବତନ ମୁଖ୍ୟ ପୂଜାରୀ ଏଥିରେ ମୃତ୍ୟୁବରଣ କରିଛନ୍ତି । ୧୧ଜୁନ ପରଠାରୁ ମନ୍ଦିର ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.