Latest Odisha News

BREAKING NEWS

ତିରୁମାଲା ମନ୍ଦିରରେ ଶୁଦ୍ଧିକରଣ

ତିରୁମାଲା: ତିରୁପତି ବାଲାଜି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରିତ ହେଉଥିବା ସ୍ପଷ୍ଟ ହେବା ପରେ ଜାରି ରହିଛି ବିବାଦ। ଏହାରି ମଧ୍ୟରେ ତିରୁପତି ବାଲାଜି ମନ୍ଦିରର ଶୁଦ୍ଧିକରଣ କରାଯାଉଛି।
ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ଏହି ହୋମ ଯଜ୍ଞ କରାଯାଉଛି।

ଯଜ୍ଞାନୁଷ୍ଠାନ ଓ ଅନ୍ୟାନ୍ୟ ରୀତିନୀତି ମଧ୍ୟରେ ଭଗବାନ ଭେଙ୍କଟେଶ୍ୱରଙ୍କ ଶୁଦ୍ଧୀକରଣ ପାଇଁ ‘ଶାନ୍ତି ହୋମ ପଞ୍ଚଗବ୍ୟ ପ୍ରେକ୍ଷଣ’ କରାଯାଇଛି। ଏହି ବିଧି ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ରୀତିନୀତିରେ ପୂଜା କରାଯିବା ସହ ଭଗବାନ ଭେଙ୍କଟେଶ୍ୱରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଇଥିଲା।

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ପୁରୋହିତଙ୍କ ସହ ଏହି ହୋମରେ ଯୋଗ ଦେଇଛନ୍ତି।

ସେପଟେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ଆନ୍ଧ୍ର ସରକାର । ଏହା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed.