Latest Odisha News

BREAKING NEWS

୧୧୧ ବର୍ଷ ପରେ ନିଲାମ ହେବ ଟାଇଟାନିକ୍‌ର ଡିନର ମେନ୍ୟୁ

ମୁମ୍ବାଇ: ଦୀର୍ଘ ୧୧୧ ବର୍ଷ ପରେ ନିଲାମ ହେବାକୁ ଯାଉଛି ଟାଇଟାନିକ୍‌ର ଡ଼ିନର ମେନ୍ୟୁ । ମେନ୍ୟୁ କାର୍ଡ ନିଲାମରେ ପ୍ରାୟ ୫୧ ଲକ୍ଷରୁ ୭୧ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ଆଶା କରାଯାଉଛି । ଏହି ଐତିହାସିକ ନିଲାମ ୧୧ ନଭେମ୍ବରରେ ଡେଭିସ୍‌, ୱିଲଟସାୟାରରେ ହେନେରୀ ଆଲଡ୍ରିଜ ଆଣ୍ଡ ସନ ଲିମିଟେଡରେ ହେବ ।

ଫିଲ୍ମ ଟାଇଟାନିକ ବିଷୟରେ ଆଲୋଚନା ହେଲେ ବିଶାଳକାୟ ଜାହାଜ କଥା ମନକୁ ଆସେ । ଏହି ଫିଲ୍ମ ଅଧିକାଂଶ ଲୋକଙ୍କର ମନେ ଥିବ । ୧୧୧ ବର୍ଷ ପୂର୍ବେ ଏକ ବରଫ ସହିତ ଧକ୍କା ହେବା ପରେ ଏହି ଜାହାଜଟି ବୁଡ଼ି ଯାଇଥିଲା । ଏହି ଜାହାଜ ବୁଡ଼ିଯିବା କାରଣରୁ ପ୍ରାୟ ୧୫୦୦ ଲୋକ ପ୍ରାଣ ହରାଇଥିଲେ । କିନ୍ତୁ ଦୁର୍ଘଟଣା ପରେ ବି ଜାହାଜ ଭିତରେ କିଛି ଜିନିଷ ସୁରକ୍ଷିତ ରହି ଯାଇଥିଲା, ଯାହା ବର୍ତ୍ତମାନ ନିଲାମ ହେବାକୁ ଯାଉଛି । ଟାଇଟାନିକର ଫାର୍ଷ୍ଟ କ୍ଲାସ୍ ଡିନର ମେନ୍ୟୁ ନିଲାମ ହେବ । ଜାହାଜ ଧକ୍କା ହେବାର ରାତିରେ ଏହି ମେନ୍ୟୁ ପରିବେଷଣ କରାଯାଇଥିଲା ।

ନିଲାମ ପାଇଁ ଅନ୍ୟାନ୍ୟ ଆଇଟମ ଗୁଡିକରେ ଏକ ହ୍ୱାଇଟ ଷ୍ଟାର ଲାଇନ ଡେକ କମ୍ବଳ, ଜଣେ ଯାତ୍ରୀଙ୍କ ଏକ ପକେଟ ଘଣ୍ଟା ଏବଂ ଏକ ବିରଳ ବ୍ରଡସାଇଡ ପୋଷ୍ଟର ବିଜ୍ଞାପନ ସାମିଲ ଅଛି ।

Leave A Reply

Your email address will not be published.