Latest Odisha News

BREAKING NEWS

ମିନି ଷ୍ଟାଡ଼ିୟମରେ ସ୍ମାର୍ଟ ପାର୍କ ନିର୍ମାଣ ନେଇ ଟିଟିଲାଗଡ଼ ନାଗରିକ ମଞ୍ଚର ଅସନ୍ତୋଷ

ଟିଟିଲାଗଡ଼: ମିନି ଷ୍ଟାଡ଼ିୟମରେ ସ୍ମାର୍ଟ ପାର୍କ ନିର୍ମାଣ ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଟିଟିଲାଗଡ଼ ନାଗରିକ ମଞ୍ଚ। ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ ତରଫରୁ ୨ଏକର ୮୦ ଡିସିମଲ ସ୍ଥାନ କ୍ରୀଡ଼ାବିତଙ୍କୁ ଏକ ଖେଳକୁଦ କରିବାର ବାତାବରଣ ସହ ଫିଲ୍ଡ ଯୋଗାଇ ଦେବା ଏବଂ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ଦେବା ନେଇ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରି ଜମି ଯୋଗାଇ ଦେଇଛି। ସେହିପରି ସ୍ପୋର୍ଟସ୍ ବିଭାଗ ୧ ଏକର ୯୦ ଡିସିମଲ ଏବଂ ରାଜ୍ୟ ସରକାରଙ୍କ ୯୦ ଡିସିମଲ ଜମିକୁ ନେଇ ମିନି ଷ୍ଟାଡ଼ିୟମ ନିର୍ମାଣ କରାଯାଇଛି।

ମାତ୍ର ମିନି ଷ୍ଟାଡ଼ିୟମ ଭିତରେ କେମିତି ଓ କାହିଁକି ସ୍ମାର୍ଟ ପାର୍କ ନିର୍ମାଣ କରାଯାଉଛି ବୋଲି ଟିଟିଲାଗଡ଼ ନାଗରିକ ମଞ୍ଚ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି। ତୁରନ୍ତ ସ୍ମାର୍ଟ ପାର୍କର ସ୍ଥାନ ପରିବର୍ତ୍ତନ କରିବାକୁ ନାଗରିକ ମଞ୍ଚ ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ ଦାବି କରିଛନ୍ତି। ଷ୍ଟାଡ଼ିୟମ ପାଇଁ ୫ଏକରରୁ ଉର୍ଦ୍ଧ୍ବ ଜମିର ଆବଶ୍ୟକ ରହିଥିବାବେଳେ ଟିଟିଲାଗଡ଼ ମିନି ଷ୍ଟାଡ଼ିୟମ ୫ଏକର ୬୦ ଡିସିମଲ ରହିଛି। ଆଗକୁ ଦର୍ଶକ ଗ୍ୟାଲେରୀ ସହ କ୍ରୀଡ଼ାବିତଙ୍କ ପାଇଁ ବିଶ୍ରାମ ଗୃହ, ପ୍ରାକ୍ଟିସ୍ ନେଟ ଆଦି କାମ ହୋଇପାରିବ ନାହିଁ।

ଟିଟିଲାଗଡ଼ ମହାରାଜ ସାଗର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ଏସଏଚଜି ପାଇଁ ହୋଇଥିବା ସ୍ଥାନ ଚିହ୍ନଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାବେଳେ ବିନା ପାର୍କିଂ ବ୍ୟବସ୍ଥାରେ କିପରି ବିଭିନ୍ନ ବ୍ୟାଙ୍କର ଶାଖାମାନଙ୍କୁ ଅନୁମତି ଦିଆଯାଉଛି ବୋଲି ନାଗରିକ ମଞ୍ଚ ପ୍ରଶ୍ନ କରିଛି।

Comments are closed.