Latest Odisha News

BREAKING NEWS

ସେରେନା ହୋଟେଲରେ ହେବ ଆତଙ୍କବାଦୀ ଆକ୍ରମଣ: ନାଗରିକଙ୍କୁ ସତର୍କ କରାଇଲେ ଆମେରିକା, ବ୍ରିଟେନ

କାବୁଲ: ଆଫଗାନିସ୍ତାନରେ ରହୁଥିବା ନାଗରିକଙ୍କୁ ଆମେରିକା ଓ ବ୍ରିଟେନ ପକ୍ଷରୁ ସତର୍କତା ସୂଚନା ଜାରୀ କରାଯାଇଛି । କାବୁଲର ପ୍ରସିଦ୍ଧ ସେରେନା ହୋଟେଲରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କର ରହିଛି ବୋଲି ଗୋଇନ୍ଦା ସଂସ୍ଥାଠାରୁ ରିପୋର୍ଟ ପାଇବା ପରେ ଏହି ସୂଚନା ଜାରୀ କରାଯାଇଛି । ତୁରନ୍ତ ସେ ସ୍ଥାନ ଛାଡି ଚାଲି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ହୋଟେଲରେ ଅଧିକାଂଶ ବିଦେଶୀ ନାଗରିକ ରହିଥାନ୍ତି । ସେମାନଙ୍କୁ ଟାର୍ଗେଟ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି ।

ଶୁକ୍ରବାର ଆଫଗାନିସ୍ତାନର ଏକ ମସଜିଦରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଥିଲେ । ଆଇଏସ ଆତଙ୍କୀ ଏଥିପାଇଁ ନିଜକୁ ଦାୟୀ କରିଥିଲେ । ଏବେ ସେମାନେ ଅଶାନ୍ତି ସୃଷ୍ଟି କରିବା ପାଇଁ ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରିବେ ବୋଲି ଗୋଇନ୍ଦା ସଂସ୍ଥା ଜଣାଇଛି ।

Leave A Reply

Your email address will not be published.