ମାଡ୍ରାସ: ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଘୋଷଣା ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ରଜନୀକାନ୍ତଙ୍କ ଝିଅ ଐଶ୍ଚର୍ଯ୍ୟା ଲାଲ ସଲାମ ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମରେ ବିଷ୍ଣୁ ବିଶାଳ ଓ ବିକ୍ରାନ୍ତ ଅଭିନୟ କରୁଛନ୍ତି । ତେବେ ଏହି ଫିଲ୍ମରେ ରଜନୀକାନ୍ତ ସ୍ପେଶାଲ କାମେଓ କରିବେ । ପୂର୍ବରୁ ସେ ସୌନ୍ଦର୍ଯ୍ୟା ରଜନୀକାନ୍ତଙ୍କ ଆନିମେଟେଡ ଫିଲ୍ମ କୋଚାଡାଇୟାନ ଏବଂ ଐଶ୍ଚର୍ଯ୍ୟ ପ୍ରଡକ୍ସନର କାଲରେ ଅଭିନୟ କରିଥିଲେ । ରଜନୀସାରଙ୍କ ସହ ଫିଲ୍ମ କରିବା ନେଇ ଆମେ ବେଶ ଉତ୍ସାହିତ ଅଛୁ ବୋଲି ବିଶାଲ ଓ ବିକ୍ରାନ୍ତ କହିଛନ୍ତି ।
ଫିଲ୍ମରେ ପୋଷ୍ଟରରେ ଏକ ଦଙ୍ଗା ପରିବେଶରେ କ୍ରିକେଟ ହେଲମେଟ ପୋଡୁଥିବା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଏହା ଏକ ସ୍ପୋର୍ଟ୍ସ ଫିଲ୍ମ ହେବ ଅନୁମାନ କରାଯାଇଛି । ଫିଲ୍ମର କାହାଣୀ ଏବଂ ଅନ୍ୟ ଷ୍ଟାର କାଷ୍ଟ ସମ୍ପର୍କରେ ଐଶ୍ଚର୍ଯ୍ୟାଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । ଲାଇକା ପ୍ରଡକ୍ସନ ହାଉସ ଏହାର ଫାଇନାନ୍ସର ରହିଛି ।
Comments are closed.