Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର୍ ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ପୁଲିସ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାକୁ ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ ପୁଲିସ ଗିରଫ କରିଛି ।

ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାକୁ ଗିରଫ କଲା ପରେ ବାପୁ ନାମରେ ଭାରତୀୟ ଦଣ୍ଡ ବିଧି ଆଇନ ଦଫା ୩୮୭, ୫୦୬ ଓ ୧୨୦ବି , ୩୪, ୨୫, ଓ ୨୭ ଲଗାଇଛି ପୁଲିସ । ତା’ ନାମରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ବ୍ୟବହାର କରିବା ଅଭିଯୋଗ ହୋଇଛି ।

ବାପୁ ନାମରେ ଦାଦାବଟି ଆଦାୟ ଅଭିଯୋଗ ଆସିବା ବେଳେ ରାଜ୍ୟର ବିଭିନ୍ନ ଥାନାମାନଙ୍କରେ ୨୮ଟି ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।

ଏକ ହତ୍ୟା ମାମଲାରେ ସଂପୃକ୍ତ ହୋଇ ପୂର୍ବରୁ ଜେଲ ଯାଇଥିଲା ବାପୁ ପରିଡ଼ା । ତେବେ ଦୀର୍ଘ ୪/୫ ବର୍ଷ ଜେଲ ହେବା ପରେ ଜାମିନରେ ଆସିଥିଲା ବାପୁ ପରିଡ଼ା ।

ଟିଟୋ ଲିଙ୍କ୍ ରେ ପୂର୍ବରୁ କ୍ରାଇମବ୍ରାଞ୍ଚ ପୋଲିସ ବାପୁକୁ ଅଟକ ରଖି ଛାଡ଼ିଦେଇଥିଲା, ପରେ ସନ୍ଦେହ ଦୃଢିଭୁତ ହେବାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ ।

Leave A Reply

Your email address will not be published.