Latest Odisha News

BREAKING NEWS

ବାବୁସାନଙ୍କୁ ସାଥ୍ ଦେଲେ ସୁନ୍ଦରୀ ସନମୀରା: ‘ଲୋକାଲ୍ ଟୋକା ଲଭ୍ ଚୋଖା’ ରେ ଜମିଲା ଦୁହିଁଙ୍କ ଯୋଡ଼ି

ଭୁବନେଶ୍ୱର : ସୁନ୍ଦରୀ ସନମୀରା ପୁଣି ଫେରିଛନ୍ତି ରୂପେଲୀ ପରଦାକୁ । ଏଥର କିନ୍ତୁ ଦର୍ଶକ ସାନ୍ ମାନେ ବାବୁସାନ୍ ଙ୍କ ସହିତ ସନମୀରାଙ୍କୁ ରୋମାଣ୍ଟିକ୍ ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଫିଲ୍ମରେ ଦେଖିବାକୁ ପାଇବେ । ଅଗଷ୍ଟ ୧୦ରେ ରିଲିଜ୍ ହେବାକୁ ଥିବା ଏହି ଓଡ଼ିଆ ସିନେମାଟି ଦର୍ଶକଙ୍କୁ ବେଶ୍ ଛୁଇଁ ପାରିବ ବୋଲି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ କହିଛନ୍ତି ।

ସାନ୍ ଓ ସନମୀରାଙ୍କ ଜବରଦସ୍ତ ରୋମାଣ୍ଟିକ ଅଭିନୟ ସାଙ୍ଗକୁ କିଛି ମନଛୁଆଁ ଗୀତ ଦର୍ଶକଙ୍କ ମନକୁ ପାଇବ ବୋଲି ଆଶା କରାଯାଉଛି ।

ଏହି ସିନେମାରେ ଷ୍ଟାର୍ ବାବୁସାନ ଙ୍କ ସହିତ ସନମୀରା, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା ଓ ଅପରାଜିତା ମହାନ୍ତି ମଧ୍ୟ ଅଭିନୟ କରିଛନ୍ତି । ପାଠ ପଢୁ ପଢୁ ଫିଲ୍ମ ଅଫର୍ ପାଇ ଅଭିନୟରେ ବେଶ୍ ପାରଦର୍ଶିତା ଦେଖାଇଥିବା ଅଭିନେତ୍ରୀ ସନମୀରା କିନ୍ତୁ ବାବୁସାନଙ୍କ ସହିତ ଅଭିନୟ କରୁଥିବାରୁ ବେଶ୍ ଖୁସି ।

 

ଅଗଷ୍ଟ ୧୦ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମଟିର ପୋଷ୍ଟର୍ ରିଲିଜ ହେବାପରେ ଦର୍ଶକମାନେ ଏହି ଯୋଡ଼ିକୁ ବେଶ୍ ପ୍ରଶଂସା କରିଛନ୍ତି ।

ସୋସିଆଲ୍ ମିଡ଼ିଆରେ ସାନ-ସନମୀରା ଯୋଡ଼ିକୁ ନେଇ ବେଶ୍ ଚର୍ଚ୍ଚା ଯୋଗୁଁ ହଲରେ ନିଶ୍ଚିତ ଭିଡ଼ ଜମିବ ବୋଲି ଆଶା ରହିଛି ।

ଫିଲ୍ମର ନାଁ’ ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଦର୍ଶକମାନଙ୍କ ପସନ୍ଦରେ ରହିଛି ବୋଲି ନିର୍ଦ୍ଦେଶକ କୁହନ୍ତି । କିନ୍ତୁ ଏହି ସିନେମାର ନାଁ ଟି କିନ୍ତୁ ବକ୍ସ ଅଫିସରେ ହିଟ୍ ହେବା ପୂର୍ବରୁ ସୋସିଆଲ୍ ମିଡ଼ିଆରେ ହିଟ୍ ହୋଇଗଲାଣି ।

Leave A Reply

Your email address will not be published.