Latest Odisha News

BREAKING NEWS

ବିଧାନସଭା ନିର୍ବାଚନ ପାଇଁ ଟିଏମସି ଜାରି କଲା ଦଳୀୟ ସ୍ଲୋଗାନ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଶାସକ ତୃଣମୂଳ କଂଗ୍ରେସ ଆରମ୍ଭ କଲା ଅଭିଯାନ । ବିଜେପିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରିଛି ରଣନୀତି । ବିଜେପିକୁ ମାତ୍ ଦେବାକୁ ଟିଏମସି ନିଜର ନିର୍ବାଚନ ସ୍ଲୋଗାନ ସାଙ୍ଗକୁ ନେତ୍ରୀ ମମତା ବାନାର୍ଜୀଙ୍କ ବଡ଼ ବଡ଼ ହୋର୍ଡିଂ ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଇଛି। ଏଥିରେ ‘ନିଜ ଝିଅଙ୍କୁ ହିଁ ଚାହେଁ ବେଙ୍ଗଲ’ ବଡ ବଡ ଅକ୍ଷରରେ ଲେଖିଛି ଟିଏମସି ।

ଟିଏମସି ନିର୍ବାଚନ ସ୍ଲୋଗାନରେ ମମତା ବାନାର୍ଜୀ ନିଜକୁ ବଙ୍ଗଳାର ଝିଅ ବୋଲି ସୂଚିତ କରି ରାଜ୍ୟରେ ସ୍ଥାନୀୟ ଓ ବାହ୍ୟ ବିତର୍କ ଆରମ୍ଭ କରିଛନ୍ତି । ଟିଏମସି ସ୍ଲୋଗାନ ଲେଖା ମମତାଙ୍କ ହୋର୍ଡିଂ ରାଜଧାନୀରେ ଛାଇ ଯାଇଛି । ଏହି ଅବସରରେ ଦଳ ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ ପଶ୍ଚିମବଙ୍ଗ ଜନତା ମୁଖ୍ୟମନ୍ତ୍ରୀ ଭାବେ ନିଜ ଝିଅକୁ ଦେଖିବାକୁ ଚାହାନ୍ତି, ସେହି ଝିଅ ଯିଏ ଦୀର୍ଘ ବର୍ଷରୁ ସେମାନଙ୍କ ସେବା କରିଆସୁଛି। ଆମେ ଚାହୁଁନା ପଶ୍ଚିମବଙ୍ଗରେ କେହି ବାହାରର ଲୋକ ଶାସକ ହୁଅନ୍ତୁ ବୋଲି କହିଛନ୍ତି ପାର୍ଥ।

ସେହିପରି ନିର୍ବାଚନ ଲାଗି ରାଜ୍ୟକୁ ଆସୁଥିବା ବିଜେପି ନେତାଙ୍କୁ ଇଲେକ୍ସନ ଟୁରିଷ୍ଟ ବୋଲି କହିଛି ଟିଏମସି । ଏହି ଅବସରରେ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଏକ ଟ୍ୱିଟ୍‌ କରି ରାଜ୍ୟରେ ମମତା ଏବେ ଲୋକଙ୍କ ସ୍ବର ପାଲଟି ଯାଇଥିବା ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.