Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା ୨୧-୨-୨୦୨୧ ରବିବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଫେବୃୟାରୀ ୨୧ ତାରିଖ ରବିବାର କୁମ୍ଭ ୧୦ ଦିନ ମାଘ ମାସ ଶୁକ୍ଳ ପକ୍ଷ ନବମୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର
ଆଜିର ଘାତ ବାର- ମେଷ ରାଶିର
ଆଜିର ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ- ଲାଉ

ମେଷ
ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକାମିରେ ପଡିପାରନ୍ତି ‌। ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଷ୍ଟେସନାରି ଜିନିଷ, ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଯାତ୍ରା ଓ ପରିବହନ ପାଇଁ ଦିନଟି ଭଲ ରହିବ।

ବୃଷ
ଆଜି ମନ ଭାରାକ୍ରାନ୍ତ ରହିବ।ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଥିଲେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଛାତ୍ର ଛାତ୍ରୀ ଅଧ୍ୟାପକମାନେ ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତ ହେବେ। ପ୍ରିୟ ବନ୍ଧୁ ମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।

ମିଥୁନ
ଆଜି ସ୍ଵାସ୍ଥ୍ୟଗତ କାରଣ ଯୋଗୁ କୌଣସି କାମ ଉତ୍ସାହଜନକ ହୋଇ ନ ପାରେ। ଲାଗି ରହିଥିବା ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି।

କର୍କଟ
ଆଜି ପୂର୍ବପରି ସବୁ କିଛି ଠିକ୍‌ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ। ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନ ପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ଯାହା କହିବା ପାଇଁ ଭାବୁଥିବେ ତାହା ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଅପରାହ୍ନରେ କାର୍ଯ୍ୟରେ ସିଦ୍ଧିଲାଭ କରି ପ୍ରଶଂସନୀୟ ହେବେ।‌

ସିଂହ
ଆଜି ଅଯଥା ଗୁଡ଼ାଏ ଚିନ୍ତା ମନକୁ ନ ଆଣି ନିଜ କାମରେ ମନଦେବା ଭଲ ହେବ। ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜ ପ୍ରତି ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।

କନ୍ୟା
ଆଜି ଯାହା ପାଇବାପାଇଁ ଅପେକ୍ଷା କରିଥିଲେ ତାହା ଅବଶ୍ୟ ପାଇବେ। ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯଦି ଯାନବାହନ ଚଳାଉଛନ୍ତି ସତର୍କତା ଅବଲମ୍ବନ କରନ୍ତୁ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ‌।

ତୁଳା
ଆଜି ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହେବ। ସୁଯୋଗ ହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କେତେକ ଘରୋଇ କାରଣକୁ ନେଇ ମାନସିକ ଅସ୍ଥିରତା ଦେଖାଦେବ।

ବିଛା
ଆଜି ଆୟ ତୁଳନାରେ ଅଧିକ ବ୍ୟୟ ହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗ ଲାଭ କରିବେ। ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ

ଧନୁ
ଆଜି ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ନୂତନ ଯୋଜନା କରିବାପାଇଁ ମନୋନିବେଶ କରିବେ। ନିକଟ ସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇପାରନ୍ତି। ବାଦବିବାଦରେ ଆପୋସ ସମାଧାନ ଘଟିବ। କ୍ରୀଡାବିତ୍ ପ୍ରତିଯୋଗିତାରେ ବିଜୟୀ ହେବେ।

ମକର
ଆଜି ଆପଣଙ୍କର ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତହେବେ। ମହିଳାମାନେ ଘରେ ବାହାରେ ସବୁଠି ପ୍ରସଂଶନୀୟା ହେବେ।

କୁମ୍ଭ
ଆଜି ଘରେ ସାଧାରଣ କଥାରେ ଝଗଡ଼ା ହେବାର ସମ୍ଭାବନା ରହିଛି। ଯାନବାହନରେ ସତର୍କ ରହିବା ଭଲ ହେବ। କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଆର୍ଥିକ ଉନ୍ନତି ଘଟିବ। ଶତ୍ରୁମାନେ ପରାଜିତ ହେବେ।

ମୀନ
ଆଜି କୌଣସି ସ୍ଥାନକୁ ଯିବା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ।କର୍ମ କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ କରିପାରନ୍ତି।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.