Latest Odisha News

ବିଧାୟକଙ୍କୁ ହତ୍ୟା ଧମକ, ନିଜ ରକ୍ଷା ପାଇଁ ପୋଲିସକୁ ଲେଖିଲେ ଚିଠି

ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସର ବିଧାୟକ ଶୌକତ ମୌଲାଙ୍କୁ କିଛି ଲୋକ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ବିଧାୟକ ମୌଲା ନିଜ ପାଇଁ ସୁରକ୍ଷା ଦାବି କରି ଜିବନ୍ତଲା ପୋଲିସକୁ ଏକ ଚିଠି ଲେଖିଛନ୍ତି । ତାଙ୍କୁ ଯେ କୌଣସି ସମୟରେ ହତ୍ୟା କରାଯାଇପାରେ ବୋଲି କହିଛନ୍ତି ।

ବିଧାୟକ ଶୌକତ ମଲାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ସମ୍ପୃକ୍ତିରେ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଏହାପରେ ମଧ୍ୟ ବିଧାୟକଙ୍କୁ ହତ୍ୟା ଧମକ ଦିଆଯାଉଛି । ଯେ କୌଣସି ସମୟରେ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ବିଧାୟକ ସୁରକ୍ଷା ପାଇଁ ଜିବନ୍ତଲା ଥାନାରେ ଅଭିଯୋଗ କରିଛନ୍ତି ।
ଗିରଫ ହୋଇଥିବା ୩ଜଣ ହେଲେ ଆଶ୍ରାଫ ମୁଲ୍ଲା, ମୋଜାଫର ସର୍ଦ୍ଦାର ଏବଂ ଅସମତ ଶେଖଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାନସଭାର ଆଇଏସଏଫ ପ୍ରାର୍ଥୀଙ୍କ ନିର୍ବାଚନ ଏଜେଣ୍ଟ ଆଶାରଫ ମୁଲ୍ଲା କ୍ୟାନିଂ ମଧ୍ୟ ରହିଛନ୍ତି ।

ଏହି ଘଟଣାରେ ଶୌକତଙ୍କ ସମର୍ଥକମାନେ ଆଜି ଜିବନ୍ତଲା ବଜାରରେ ଧାରଣା ଦେଇଥିଲେ । ହତ୍ୟା ଷଡ଼ଯନ୍ତ୍ର ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦାବି କରିଥିଲେ।

Comments are closed.