Latest Odisha News

BREAKING NEWS

ଇଡି ଆଗରେ ହାଜର ହେଲେ ସାଂସଦ ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ସେପ୍ଟେମ୍ବର ୬ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ବାନାର୍ଜୀ, ସକାଳ ୧୧ ଟା ପୂର୍ବରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ ଜାରି କରିଥିଲା।

ସେ କହିଛନ୍ତି ମୁଁ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଏବଂ ମୁଁ ଏଜେନ୍ସି ସହ ସହଯୋଗ କରିବି।

ଏହି ଘଟଣାର ଅନୁସନ୍ଧାନକାରୀ ଅଧିକାରୀ ଶ୍ରୀ ବାନାର୍ଜୀଙ୍କ ବୟାନ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) ଅନୁଯାୟୀ ରେକର୍ଡ କରିବେ ବୋଲି ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.